କନକ ବ୍ୟୁରୋ: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଭାରତ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ ହାସଲ କରିଛନ୍ତି । ଫଳରେ ଭାରତ ୨୦୦ ରନ ପାର କରିଛି । ତେବେ ନ୍ୟୁଜିଲାଣ୍ଡ ଦଳକୁ ପ୍ରଥମ ୱିକେଟର ସଫଳତା ମିଳିଛି । ରୋହିତ ଶର୍ମା ୧୦୧ ରନ କରି ପାଭିଲିୟନ ଫେରିଯାଇଛନ୍ତି ।