କନକ ବ୍ୟୁରୋ : ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଭାରତର ପ୍ରଭାବୀ ପ୍ରଦର୍ଶନ । ଅଧିନାୟକ ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ଶତକ ଏବଂ ସର୍ଫରାଜ ଖାନଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ ବିନିମୟରେ ୩୨୬ ରନ୍ କରିବାକୁ ସକ୍ଷମ ହୋଇଛି । ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ୩ଟି ୱିକେଟ ନେଇଥିବା ବେଳେ ଟମ୍ ହାର୍ଟଲେଙ୍କୁ ଗୋଟିଏ ୱିକେଟ ମିଳିଛି । ପଦାର୍ପଣ ମ୍ୟାଚରେ ଦମଦାର ଇନିଂସ ଖେଳୁଥିବା ସର୍ଫରାଜ ଖାନ୍ ୬୨ ରନ କରି ରନଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି ।
Centuries from Rohit Sharma and Ravindra Jadeja have helped India to a strong position at the end of Day 1 💪#WTC25 | #INDvENG 📝: https://t.co/5xPtQVQSTG pic.twitter.com/hAoIruhUlW
— ICC (@ICC) February 15, 2024
ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । କିନ୍ତୁ ୩୩ ରନରେ ୩ଟି ୱିକେଟ ହରାଇ ଟିମ୍ ଇଣ୍ଡିଆ ସଙ୍କଟରେ ପଡିଥିଲା । ତେବେ ରୋହିତ ଓ ଜାଡେଜାଙ୍କ ମଧ୍ୟରେ ୨୦୪ ରନର ଭାଗିଦାରୀ ଟିମ୍ ଇଣ୍ଡିଆକୁ ପୁଣିଥରେ ମ୍ୟାଚକୁ କମବ୍ୟାକ କରିବାକୁ ସୁଯୋଗ ଦେଇଥିଲା । ଉଭୟ ରୋହିତ ଓ ଜାଡେଜା ଶତକ ହାସଲ କରିଥିଲେ । ରୋହିତ ୧୩୧ ରନ କରି ପ୍ୟାଭିଲିୟନ ଫେରିଥିବା ବେଳେ ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ଅପରାଜିତ ରହିଛନ୍ତି ।