ଋଷିଆରେ ଭାରତର ତ୍ରିରଙ୍ଗା ଉଡ଼ାଇଲେ ହିଟମ୍ୟାନ ରୋହିତ ଶର୍ମା । କହିଲେ, ବିଶ୍ୱର ସବୁ ସ୍ଥାନରେ ତ୍ରିରଙ୍ଗାକୁ ଉଚ୍ଚା ରଖିବା ଆବଶ୍ୟକ

25

ପୂରା ବିଶ୍ୱରେ ଏବେ ଫୁଟବଲ ଫିଭର । ଫୁଟବଲ ମହାକୁମ୍ଭ ଫିଫା ବିଶ୍ୱକପର ୨୧ ତମ ସଂସ୍କରଣକୁ ନେଇ ବିଶ୍ୱବାସୀ ବେଶ ଉତ୍ସାହିତ । ୧୪ ଜୁନରେ ଆରମ୍ଭ ହୋଇଥିବା ଏହି ବିଶ୍ୱକପ ମହାକୁମ୍ଭ ୧୫ ଜୁଲାଇରେ ସରିବ । ୩୨ଟି ଟିମ୍ ମଧ୍ୟରେ ହେବ ଜୋରଦାର ଲଢ଼େଇ । କିଏ ଜିତିବ ଫିଫା ବିଶ୍ୱକପର ଗୋଲଡ଼େନ ଟ୍ରଫି । ଏହାକୁ ଅନେଇ ବସିଛନ୍ତି ପୂରା ବିଶ୍ୱବାସୀ । କିନ୍ତୁ ଏହି ଫୁଟବଲ ଫିଭରରୁ କେମିତି ବା ବାଦ୍ ପଡନ୍ତା ଭାରତ । ଚଳିତ ବିଶ୍ୱକପରେ ଭାରତ ଖେଳୁନାହିଁ ସତ କିନ୍ତୁ ଭାରତରେ ମଧ୍ୟ ଅଗଣିତ ଫୁଟବଲପ୍ରେମୀ ରହିଛନ୍ତି । ଯେଉଁମାନଙ୍କ ମଧ୍ୟରେ କ୍ରିକେଟର, ନେତା ଓ ବଲିଉଡ଼ ଷ୍ଟାର ମଧ୍ୟ ସାମିଲ ଅଛନ୍ତି । କ୍ରିକେଟ ପାଗଳ ଦେଶରେ ଏମିତି କିଛି ଫୁଟବଲ ପ୍ରେମୀ ଅଛନ୍ତି ଯେଉଁମାନେ ନିଜ ପ୍ରିୟ ଖେଳାଳୀଙ୍କ ମ୍ୟାଚ ଦେଖିବା ପାଇଁ ସିଧା ଋଷକୁ ଟିକେଟ କାଟିଛନ୍ତି । ଆଉ ସେହି ଲିଷ୍ଟରେ ନିଜକୁ ସାମିଲ କରିଛନ୍ତି ଭାରତୀୟ କ୍ରିକେଟର ହିଟମ୍ୟାନ ରୋହିତ ଶର୍ମା ।

Making sure our flag flies high everywhere #Fifa18

A post shared by Rohit Sharma (@rohitsharma45) on

କ୍ରିକେଟ ପଡ଼ିଆରେ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରୁଥିବା ହିଟମ୍ୟାନ ରୋହିତ ଶର୍ମାଙ୍କର ଫୁଟବଲ ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଛି । ନିଜ ପ୍ରିୟ ଖେଳାଳିଙ୍କୁ ପାଖରେ ଦେଖିବା ପାଇଁ ଏବେ ଋଷରେ ଡ଼େରା ପକାଇଛନ୍ତି ରୋହିତ । ସବୁଠୁ ବଡ଼ କଥା ହେଲା ଭାରତର ତ୍ରିରଙ୍ଗାକୁ ଋଷରେ ଉଡ଼ାଇବାକୁ ଆଦୌ ଭୁଲି ନାହାନ୍ତି ରୋହିତ । ରୋହିତ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଭାରତର ତ୍ରିରଙ୍ଗାକୁ ବିଶ୍ୱର ସବୁ ସ୍ଥାନରେ ଉଡ଼ାଇବା ଉଚିତ । ଏହି ଫଟୋରେ ସେ ଋଷର ଏକ ଷ୍ଟାଡ଼ିୟମ ସାମ୍ନାରେ ତ୍ରିରଙ୍ଗା ଧରି ଛିଡ଼ା ହୋଇଥିବାର ନଜର ଆସିଛନ୍ତି । ଯାହା ରୋହିତଙ୍କ ଦେଶପ୍ରେମକୁ ସୂଚାଉଛି ।

ଫିଫା ବିଶ୍ୱକପ ପାଇଁ ଗୋଆରେ ମାହୋଲ ଗରମ ରହିଛି । ମ୍ୟାଚ ଦେଖିବାକୁ ବିଭିନ୍ନ କ୍ଲବରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଛି । ଯେଉଁଠାରେ ଟିଭି ସ୍କିନରେ ପ୍ରିୟ ଟିମର ମ୍ୟାଚ ଦେଖିବା ସହ ଚିୟର ମଧ୍ୟ କରିପାରିବେ । ଭାରତ ବିଶ୍ୱକପ ଖେଳୁନାହିଁ ସତ କିନ୍ତୁ ଫୁଟବଲକୁ ନେଇ ଭାରତୀୟଙ୍କ ମନରେ ମଧ୍ୟ ପ୍ରବଳ ଉତ୍ସାହ ରହିଛି ।