କନକ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆରେ ଗର୍ଜିଲା ଭାରତୀୟ ଟପ୍ ଅର୍ଡରଙ୍କ ବ୍ୟାଟ୍ । ଅଧିନାୟକ ରୋହିତ ଶର୍ମା ଅର୍ଦ୍ଧଶତକ ସହ ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ମାତ୍ର ୬୭ ବଲରୁ ବିସ୍ଫୋରକ ୮୩ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ ରୋହିତ । ସେହିଭଳି ରୋହିତଙ୍କ ସହ ତାଳ ଦେଇ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି ଶୁଭମାନ୍ ଗିଲ । ମାତ୍ର ୬୦ ବଲରୁ ୭୦ ରନର ଇନିଂସ ଖେଳି ଆଉଟ ହୋଇଥିଲେ ଗିଲ୍ ।

Advertisment

ଉଭୟ ରୋହିତ ଓ ଶୁଭମାନ ଭାରତକୁ ଦ୍ରୁତ ଆରମ୍ଭ ଦେଇଥିବା ବେଳେ ଏହି ଇନିଂସକୁ ଆଗେଇ ନେଇଛନ୍ତି ଉଭୟ ରାହୁଲ ଓ କୋହଲି । ଖବର ଲେଖା ହେବା ବେଳକୁ କୋହଲି ଅର୍ଦ୍ଧଶତକ ସହ କ୍ରିଜରେ ଖେଳୁଥିବା ବେଳେ କେ.ଏଲ ରାହୁଲ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ୪୦ ଓଭର ଶେଷ ସୁଦ୍ଧା ଭାରତ ୨୯୪ ରନ୍ କରିଥିବା ବେଳେ ଏକ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି । ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଥିଲେ ଭାରତୀୟ ବ୍ୟାଟର । ପ୍ରଥମରୁ ହିଁ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରି ବଡ ସ୍କୋର ଅଭିମୁଖେ ଆଗକୁ ବଢୁଛି ରୋହିତ ବାହିନୀ ।