କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଆଉ ଅଧିନାୟକ ରୋହିତ ଶର୍ମାଙ୍କ ଏହି ନିଷ୍ପତ୍ତିକୁ ଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବୋଲର । ମାତ୍ର ୧୫ ରନରେ ୫ଟି ୱିକେଟ ନେଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତେବେ ଟସ୍ ସମୟରେ ରୋହିତଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁ ଭାଇରାଲ ଭିଡ଼ିଓକୁ ନେଇ ୟୁଜର୍ସ ରୋହିତଙ୍କୁ ଗଜନୀ ସହ ତୁଳନା କରିଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଟସ୍ ଜିତିଥିଲେ ମଧ୍ୟ ବ୍ୟାଟିଂ କି ବୋଲିଂ କରିବେ ସେନେଇ ଦ୍ୱନ୍ଦ୍ୱରେ ଥିଲେ । ଟସ୍ ଜିତିଲେ କଣ ନିଷ୍ପତ୍ତି ନେବେ ତାହା ଭୁଲି ଯାଇଥିଲେ ରୋହିତ । କିଛି ସେକେଣ୍ଡ ଭାବିବା ପରେ ରୋହିତ କହିଥିଲେ ଟିମ୍ ପ୍ରଥମେ ବୋଲିଂ କରିବ । ଯାହାକୁ ନେଇ ପଡିଆରେ ଉପସ୍ଥିତ ଲୋକ ନିଜର ହସ ରୋକି ପାରିନଥିଲେ । ଏପରିକି ନ୍ୟୁଜିଲାଣ୍ଡର ଅଧିନାୟକ ମଧ୍ୟ ରୋହିତଙ୍କ ଏଭଳି ଭୁଲିବା ଗୁଣକୁ ନେଇ ହସିଥିଲେ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
🚨 Toss Update 🚨#TeamIndia win the toss and elect to field first in the second #INDvNZ ODI.
Follow the match ▶️ https://t.co/V5v4ZINCCL@mastercardindiapic.twitter.com/YBw3zLgPnv
— BCCI (@BCCI) January 21, 2023
ତେବେ ଏହି ଭିଡ଼ିଓକୁ ନେଇ ସୋସିଆଲ ମିଡ଼ିଆରେ ରୋହିତଙ୍କୁ ଗଜନୀର ଅମିର ଖାନଙ୍କ ସହ ତୁଳନା କରିଛନ୍ତି । ଗଜନୀ ଫିଲ୍ମରେ ଅମୀର ଯେମିତି ଭୁଲି ଯାଉଥିଲେ ଠିକ୍ ସେହିଭଳି ଟସ୍ ପଡିବା ବେଳେ ରୋହିତ କଣ ନିଷ୍ପତ୍ତି ନେବେ ତାହା ଭୁଲି ଯାଇଥିଲେ ।
ଅନ୍ୟପଟେ ଭାରତ ଦ୍ୱିତୀୟ ଦିନିକିଆରେ ବିଜୟୀ ହୋଇ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି । ପ୍ରଥମ ମ୍ୟାଚରେ ଭାରତ ୧୨ ରନରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/19_01_2023-statement_23301356.webp)