ବର୍ମିଂହାମରେ ରୋହିତ-ରାହୁଲ କମାଲ୍ ! ହିଟ୍ ମ୍ୟାନଙ୍କ ପରେ ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ, ବାଂଲାଦେଶ ବିପକ୍ଷରେ ଭାରତର ଦମଦାର ଶୁଭାରମ୍ଭ ।

Advertisment
ବର୍ମିଂହାମରେ ରୋହିତ-ରାହୁଲ କମାଲ୍ ! ହିଟ୍ ମ୍ୟାନଙ୍କ ପରେ ରାହୁଲଙ୍କ ରୋମାଞ୍ଚକର ଅର୍ଦ୍ଧଶତକ, ବାଂଲାଦେଶ ବିପକ୍ଷରେ ଭାରତର ଦମଦାର ଶୁଭାରମ୍ଭ ।

କନକ ବ୍ୟୁରୋ : ବର୍ମିଂହାମରେ ବାଂଲାଦେଶ ବିପକ୍ଷରେ ଦମଦାର ଶୁଭାରମ୍ଭ କରିଛି ଭାରତ । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହ ଏକ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି ଟିମ୍ ଇଣ୍ଡିଆ । ପ୍ରଥମେ ରୋହିତ ଶର୍ମା ୪୫ଟି ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ପରେ ପରେ ଲୋକେଶ ରାହୁଲ ଚଳିତ ବିଶ୍ୱକପରେ ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି ।

publive-imageଆଜି ବର୍ମିଂହାମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯାଉଛି । ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ହିଁ ଦମଦାର ବ୍ୟାଟିଂ ଜାରି ରଖିଛି ଭାରତ । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ଭାରତ ୨୦ ଓଭରରେ କୌଣସି ୱିକେଟ୍ ନହରାଇ ୧୨୨ ରନ୍ ସଂଗ୍ରହ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe