ରୋହିତ ଓ ଶୁଭମନଙ୍କ ଶତକ । ଧର୍ମଶାଳା ଟେଷ୍ଟରେ ଡ୍ରାଇଭର ସିଟରେ ଟିମ୍ ଇଣ୍ଡିଆ, ୪୬ ରନର ଅଗ୍ରଣୀ ନେଇ ବିଶାଳ ସ୍କୋର ଅଭିମୁଖେ ରୋହିତ ବାହିନୀ ।

209

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ୫ମ ଟେଷ୍ଟରେ ସୁବିଧାଜନକ ସ୍ଥିତିରେ ଟିମ୍ ଇଣ୍ଡିଆ । ଦ୍ୱିତୀୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୪୬ ରନର ଅଗ୍ରଣୀ ନେଇଛି । ଏବେ ବି ଟିମ୍ ଇଣ୍ଡିଆ ହାତରେ ୯ ୱିକେଟ ଥିବା ବେଳେ ବଡ ସ୍କୋର ଅଭିମୁଖେ ଆଗକୁ ବଢୁଛି ଭାରତ । ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ ହାସଲ କରି ଅପରାଜିତ ଥିବା ବେଳେ ଯଶସ୍ୱୀ ଜୟସ୍ୱାଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ଉଭୟ ରୋହିତ ଓ ଶୁଭମନ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ବେଳେ ବଡ ଅଗ୍ରଣୀ ଅଭିମୁଖେ ଆଗକୁ ବଢୁଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ୍ ଜିତି ଭାରତ ୪-୧ରେ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ।

ଗତକାଲି ଇଂଲଣ୍ଡ ଭାରତୀୟ ସ୍ପିନ ବାହିନୀକୁ ସାମ୍ନା କରି ନପାରି ମାତ୍ର ୨୧୮ ରନରେ ଅଲଆଉଟ ହୋଇଥିଲା । କୁଳଦୀପ ଯାଦବ ୫ ଓ ଅଶ୍ୱିନୀ ୪ଟି ୱିକେଟ ନେଇ ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ ।