କନକ ବ୍ୟୁରୋ: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ଆଜି ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଆର୍ଜେଡି’ ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ୟ୍ୟ ସମାଲୋଚନା କରିଛନ୍ତି। ଟ୍ୱିଟରରେ ଏଭଳି ପୋଷ୍ଟ କରିଛନ୍ତି ରୋହିଣୀ ।
ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୫ଟା ବେଳେ ନୀତୀଶ ଶପଥ ଗ୍ରହଣ କରି ‘ବିଜେପି’ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣା ଆଲୋଚନା ବିଫଳ ହେବାରୁ ନୀତୀଶ କୁମାର ‘ଇଣ୍ଡିଆ ବ୍ଲକ୍’ ଉପରେ ରାଗି ଯାଇଥିଲେ ବୋଲି ଖବର ଆସିଥିଲା । ଆଜି ଇସ୍ତଫା ଦେବା ପରେ ସାମ୍ବାଦିକମାନଙ୍କୁ ନୀତୀଶ କୁମାର କହିଛନ୍ତି, ପୁରୁଣା ମେଣ୍ଟ ଛାଡ଼ି ନୂଆ ମେଣ୍ଟ ଗଠନ କରିବୁ।
ଅଳ୍ପ କିଛି ଦିନ ହେବ ନୀତୀଶ କୁମାର ‘ବିଜେପି’ ଆଡ଼କୁ ଢଳୁଥିବାର ଆଭାସ ମିଳୁଥିଲା। ପୂର୍ବରୁ ଜେଡିୟୁର ରାଜନୈତିକ ପରାମର୍ଶଦାତା କେ. ସି. ତ୍ୟାଗୀ ଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ବିହାରରେ ମହାଗଠବନ୍ଧର ସରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଯାଇଛି। କଂଗ୍ରେସ ନେତୃତ୍ବର ଗୋଟାଏ ଗୋଷ୍ଠୀ ବାରମ୍ବାର ନୀତୀଶଙ୍କୁ ଅପମାନ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/rohini.jpeg)