କେନ୍ଦ୍ର ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ସତ୍ୟପାଠ । କହିଲେ, ରୋହିଙ୍ଗ୍ୟା ଶରଣାର୍ଥୀଙ୍କର ଭାତରରେ ରହିବାର ଅଧିକାର ନାହିଁ

189

କନକ ବ୍ୟୁରୋ : ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ଉପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଏହି ସତ୍ୟପାଠରେ କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି କି, ଶରଣାର୍ଥୀ ରୂପରେ ସମସ୍ତ ବିଦେଶୀଙ୍କୁ ଭାରତ ସ୍ୱୀକାର କରିପାରିବ ନାହିଁ । ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଓ ସୀମିତ ସଂଶାଧନ ଭାବେ ବିକାଶଶୀଳ ଦେଶରେ ନିଜ ନାଗରିକଙ୍କୁ ପ୍ରାଥମିକତା ଦେବା ଜରୁରୀ । ଆଇନଗତ ଢାଞ୍ଚା ବାହାରେ ଶରଣାର୍ଥୀଙ୍କ ସ୍ଥିତିକୁ ସ୍ୱୀକୃତି ଦିଆଯାଇପାରିବ ନାହିଁ ଏବଂ ନ୍ୟାୟିକ ଆଦେଶ ମାଧ୍ୟମରେ ମଧ୍ୟ ଶରଣାର୍ଥୀ ମାନ୍ୟତାର ଏଭଳି ଘୋଷଣା କରାଯାଇପାରିବ ନାହିଁ ।

କେନ୍ଦ୍ର ସରକାର କହିଛନ୍ତି କି, ଅଧିକାଂଶ ବିଦେଶୀ ବେଆଇନ ଭାବେ ଭାରତରେ ପ୍ରବେଶ କରିଛନ୍ତି । ସମ୍ବିଧାନ କ୍ରମରେ ମୌଳିକ ଅଧିକାରୀ କେବଳ ଦେଶର ନାଗରିକଙ୍କ ପାଇଁ ଉପଲବ୍ଧ । ଏହି କ୍ରମରେ ଆବେଦନକାରୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବାକୁ ଦାବି କରାଯାଇପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି ।

ସତ୍ୟପାଠରେ କୁହାଯାଇଛି କି, ବେଆଇନ ପ୍ରବାସୀ ହୋଇଥିବା କାରଣରୁ ସମ୍ବିଧାନର ଭାଗ ୩ କ୍ରମରେ ସେମାନେ ସୁରକ୍ଷା ଦାବି କରିପାରିବେ ନାହିଁ । କାରଣ ସମ୍ବିଧାନର ଧାରା ୩ ମୁତାବକ ସରକାର କେବଳ ଦେଶର ନାଗରିକଙ୍କୁ ସୁରକ୍ଷା ଦେବେ । ଜଣେ ବିଦେଶୀ ଶରଣାର୍ଥୀ ସମ୍ବିଧାନର ଅନୁଚ୍ଛେଦ ୨୧ କ୍ରମରେ କେବଳ ଜୀବନ ଓ ସ୍ୱତନ୍ତ୍ରତା ଅଧିକାର ପାଇବ । ହେଲେ ସେ କେବେ ବି ଭାରତ ସରକାରଙ୍କ ଠାରୁ ମୌଳିକ ଅଧିକାର ପାଇବାକୁ ଦାବି କରିପାରିବ ନାହିଁ । ଏହି ଅଧିକାର କେବଳ ଭାରତୀୟ ନାଗରିକଙ୍କ ପାଇଁ ଉପଲବ୍ଧ ରହିଛି ।