କନକ ବ୍ୟୁରୋ : କାବୁଲରେ ବାରମ୍ବାର ବିସ୍ଫୋରଣ । କାବୁଲ ଏୟାରପୋର୍ଟ ବାହାରେ ପୁଣି ଥରେ ରକେଟ୍ ମାଡ ହୋଇଛି । ଆଜି ସକାଳ ୬ଟା ୪୦ରେ କାବୁଲ ଏୟାରପୋର୍ଟ ନିକଟରେ ରକେଟ୍ରେ ଆକ୍ରମଣ କରାଯାଇଛି । ସୂଚନା ଅନୁସାରେ ଏକ ଗାଡି ଦ୍ୱାରା ରକେଟକୁ ଟାର୍ଗେଟ୍ କରାଯାଇଥିଲା । ସ୍ଥାନୀୟ ମିଡିଆର ସୂଚନା ଅନୁସାରେ କାବୁଲ ଏୟାରପୋର୍ଟ ନିକଟ ଏକ ୟୁନିଭରସିଟି ପାଖରେ ଗାଡି ଦ୍ୱାରା ରକେଟ୍ ମାଡ ହୋଇଥିଲା । ଗାଡିଟି ହୁତୁ ହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଛି । ଏହି ରକେଟ୍ ଆକ୍ରମଣ ଫଳରେ ବିଭିନ୍ନ ସ୍ଥାନରେ ଧୁଆଁ ମଧ୍ୟ ଦେଖିବାକୁ ମିଳିଛି ।
ଅନେକ ସ୍ଥାନରେ ନିଆଁ ଲାଗିବା ସହ ଅନେକ ଗାଡି ମଧ୍ୟ ଜଳି ଯାଇଛି । ଏହି ଆକ୍ରମଣ କିଏ କରିଛି, ସେନେଇ କିଛି ସୂଚନା ମିଳିପାରିନାହିଁ । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା କାବୁଲ ଛାଡିବା ପାଇଁ ଡେଡଲାଇନ୍ ଦିଆଯାଇଛି । ଏହା ପୂର୍ବରୁ କାବୁଲ ଏୟାରପୋର୍ଟ ଓ ଏହାର ଆଖପାଖ ଅଂଚଳରେ ଆଲର୍ଟ ଜାରି କରାଯାଇଛି । ପ୍ରଥମେ କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଏଥିରେ ୧୩ ଆମେରିକା ସେନା ସମେତ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା । ଏହା ପରେ ଆମେରିକା ପକ୍ଷରାୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଆଇଏସ୍ଆଇଏସ୍-କେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/15-34.jpg)