ଚନ୍ଦ୍ରାୟନ-୨ ପଛର ରିୟଲ ହିରୋ, ଯିଏ ପିଲାଦିନୁ କେବେ ବି ଟ୍ୟୁସନ୍ ଯାଇନାହାନ୍ତି । ଜାଣନ୍ତୁ...ରକେଟ୍ ମ୍ୟାନଙ୍କ ବିଷୟରେ କିଛି ଅଜଣା କଥା ।

Advertisment
ଚନ୍ଦ୍ରାୟନ-୨ ପଛର ରିୟଲ ହିରୋ, ଯିଏ ପିଲାଦିନୁ କେବେ ବି ଟ୍ୟୁସନ୍ ଯାଇନାହାନ୍ତି । ଜାଣନ୍ତୁ...ରକେଟ୍ ମ୍ୟାନଙ୍କ ବିଷୟରେ କିଛି ଅଜଣା କଥା ।

କନକ ବ୍ୟୁରୋ: ଭାରତର ମିଶନ୍ ମୁନ୍ ବା ଚନ୍ଦ୍ରାୟନ-୨ ଯାହା ଉପରେ ସାରା ବିଶ୍ୱ ରଖିଥିଲା ନଜର, ଯେଉଁ ଦକ୍ଷିଣ ମେରୁ ଦେଇ ବିଶ୍ୱର ଶକ୍ତିଶାଳୀ ଦେଶ ଚନ୍ଦ୍ରରେ ପାଦ ଦେବାକୁ ସାହସ କରିନଥିଲେ, ପ୍ରଥମଥର ପାଇଁ ତାହାର ଅତି ନିକଟରୁ ପହଁଚି ଇତିହାସ ରଚିଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ତେବେ ଏହି ମିଶନ ମୁନ୍ ବା ଚନ୍ଦ୍ରାୟନ-୨ ପଛରେ ଥିବା ରିୟଲ ହିରୋ କେ.ଶିବନ ବା ଇସ୍ରୋର ମୁଖ୍ୟ ଯାହାଙ୍କୁ ମୋଦି ଆଲିଙ୍ଗନ କରି ପିଠି ଥାପୁଡେଇଲେ ତାଙ୍କ ବିଷୟରେ ହୁଏତ ଆପଣ ଜାଣିଲେ ଆପଣଙ୍କ ଛାତି ଗର୍ବରେ ପୂରି ଉଠିବ ।

publive-imageଭାରତର ମିଶନ୍ ମୁନ୍ ‘ଚନ୍ଦ୍ରଯାନ-୨’ ପୂର୍ବରୁ ଅନେକ ଲୋକ ଇସ୍ରୋ ମୁଖ୍ୟ କେ. ଶିବନ୍ ଙ୍କ ବିଷୟରେ ହୁଏତ ଅଳ୍ପ ଜାଣିଥିବେ । ତାମିଲ୍ନାଡୁର ୬୨ ବର୍ଷିଅ ଏହି ରକେଟ୍ ବୈଜ୍ଞାନିକ ହେଉଛନ୍ତି ନବମ ଇସ୍ରୋ ମୁଖ୍ୟ। ୨୦୧୮ ଜାନୁଆରିରେ ଇସ୍ରୋ ମୁଖ୍ୟଭାବେ ଦାୟିତ୍ୱ ନେଇଥିଲେ ଶିବନ୍। ତାମିଲ୍ଡାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ଚାଷୀ ପରିବାରରେ ଜନ୍ମ ନେଇଥିଲେ ଚନ୍ଦ୍ରାୟନ-୨ ପଛର ରିୟଲ ହିରୋ । ସ୍ଥାନୀୟ ସରକାରୀ ବିଦ୍ୟାଳୟରେ ଶିକ୍ଷା ଅଧ୍ୟୟନ କରି ପରିବାରର ପ୍ରଥମ ଗ୍ରାଜୁଏଟ୍ ଭାବେ ବାପା ମା’ଙ୍କ ନାଁ ରଖିଲେ । ଆଉ ସବୁଠାରୁ ରୋଚକ ବିଷୟ ହେଲା ପିଲାଟି ଦିନରୁ ଶିବନ୍ କେବେ ବି ଟିଉସନ୍ ଯାଇନାହାନ୍ତି ।

publive-image୧୯୮୦ ମସିହାରେ ସେ ନିଜର ବ୍ୟାଚେଲର୍ ଡିଗ୍ରି ପୂରା କରିବା ପରେ ମାଡ୍ରାସ ଇନ୍ଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏରୋନେଟିକାଲ୍ ଇଞ୍ଜିନିୟରିଂରେ ନାମ ଲେଖାଇଲେ । ପରେ ସେ ବେଙ୍ଗାଲୁରର ଆଇଆଇଏସ୍ସିରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ମାଷ୍ଟର୍ ଡିଗ୍ରି ହାସଲ କରିଥିଲେ। ୨୦୦୬ ମସିହାରେ ସେ ଆଇଆଇଟି ବମ୍ବେରୁ ପିଏଚଡି ପୂରା କରି ଶେଷରେ ସଫଳତା ହାସଲ କଲେ । ଆଉ ୧୯୮୨ ମସିହାରେ ସିଭନ୍ ଇସ୍ରୋରେ ଯୋଗ ଦେଲେ । ଏହାପରେ ଇସ୍ରୋ ଦ୍ୱାରା ହୋଇଥିବା ବହୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପରେ ସେ ଭାଗ ନେଇଛନ୍ତି।

publive-imageଦୀର୍ଘ ୩ ଦଶନ୍ଧିର କାର୍ଯ୍ୟକାଳରେ ସିଭନ ଅନେକ ସମ୍ମାନସ୍ପଦ ପ୍ରକଳ୍ପରେ ସାମିଲ୍ ହୋଇଛନ୍ତି। ଜିଏସଏଲଭି, ପିଏସଏଲଭି, ଜିଏସଏଭି, ଏମକେ-୩ ଆଦିରେ ଅଂଶ ଗ୍ରହଣ କରିଥିବା ବେଳେ ଜିଏସଏଲଭିର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଭୂମିକା ନିଭାଇଥିଲେ। ସେଥିପାଇଁ ଅନେକ ସମୟରେ ଶିଭନ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏପରିକି ଶିଭନଙ୍କୁ ରକେଟ୍ ମ୍ୟାନ୍ ଭାବେ ଅନେକ ବୈଜ୍ଞାନିକମାନେ ପରିଗଣନା କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe