ବାଗଦାଦ ସ୍ଥିତ ଆମେରିକାରର ଏମ୍ବାସି ଉପରେ ରକେଡ ମାଡ । ଟାଇଗ୍ରିସର ପଶ୍ଚିମ ଅଂଚଳରେ ଶୁଣିବାକୁ ମିଳିଲା ଜୋରଦାର ଶବ୍ଦ, ୩ରୁ ୫ଟି ରକେଟ ମାଡ ହୋଇଥିବା ସୁରକ୍ଷା କର୍ମୀଙ୍କ ସୂଚନା

305

କନକ ବ୍ୟୁରୋ : ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକାରର ଏମ୍ବାସି ଉପରେ ରକେଡ ମାଡ ହୋଇଛି ।୨ଜଣ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏଏଫପିକୁ ଏହି ସୂଚନା ମିଳିଛି । ଟାଇଗ୍ରିସର ପଶ୍ଚିମ ଅଂଚଳରେ ଜୋରଦାର ଶବ୍ଦ ଶୁଣିବାକୁ ମିଳିଥିଲା । ଏହି ସ୍ଥାନରେ ହିଁ ଅଧିକାଂଶ ବିଦେଶୀ ଏମ୍ବାସି ରହିଛି ।

ଜଣେ ସୁରକ୍ଷା କର୍ମୀଙ୍କ ସୂଚନା ଅନୁସାରେ ୩ଟି କାଟ୍ୟୁସା ରକେଟ ହାଇ-ସିକ୍ୟୁରିଟି କମ୍ପାଉଂଡ ନିକଟରେ ମାଡ ହୋଇଛି । ଆଉ ଜଣେ ସୁରକ୍ଷାକର୍ମୀଙ୍କ ସୂଚନା ଅନୁସାରେ ଏହି ଅଂଚଳରେ ପ୍ରାୟ ୫ଟି ରକେଟ ମାଡ ହୋଇଛି । ତେବେ ଏହି ରକେଟ ମାଡରେ ମୃତାହତର କୌଣସି ସୂଚନା ନାହିଁ ।