ସେବିକା ସାଜିବେ ରୋବୋଟ୍ : ଡ଼ାକ୍ତରଖାନାର କରୋନା ଯୋଦ୍ଧାଙ୍କୁ ସାହାଯ୍ୟ କରିବେ ରୋବୋଟ୍ , କରୋନା ଆକ୍ରାନ୍ତଙ୍କୁ ଖାଦ୍ୟ ପରଷିବା ସାଙ୍ଗକୁ ଠିକ୍ ସମୟରେ ଦେବେ ଔଷଧ

237

କରୋନା ଆକ୍ରାନ୍ତଙ୍କୁ ଖାଦ୍ୟ ଏବଂ ଔଷଧ ଦେବ ରୋବୋଟ୍ । ଖାଦ୍ୟ ପରଷିବା ସାଙ୍ଗକୁ ଠିକ୍ ସମୟରେ ଆକ୍ରାନ୍ତଙ୍କୁ ମେଡିସିନ୍ ଖାଇବାକୁ ଦେବ ରୋବୋଟ୍ । ଏଭଳି ଏକ ଖବର ଆସିଛି ଆସାମର ଗୁଆହାଟିରୁ । ଏଠାରେ ଏସଏନ୍ ଫରୀଦ୍ ନାମକ ଜଣେ ରେଷ୍ଟୁରାଣ୍ଟ୍ ମାଲିକ କିଛି ରୋବୋଟଙ୍କୁ ଏହି ଖାସ୍ କାମ ପାଇଁ ପ୍ରସ୍ତୁତ କରିଛନ୍ତି । କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ କରୋନା ଯୋଦ୍ଧା ଡାକ୍ତର ଏବଂ ନର୍ସଙ୍କର କାମକୁ ଅଳ୍ପ ଲାଘବ କରିବାରେ ସହାୟକ ହେବେ ଏହି ରୋବୋଟ୍ ।

ଏହି ରୋବୋଟ୍ ନର୍ସଙ୍କ ଭଳି ରୋଗୀଙ୍କ ପାଖରେ ଠିକ୍ ସମୟରେ ଆବଶ୍ୟକ ଦ୍ରବ୍ୟ ପହଁଚାଇବେ । ଖାଲି ଏତିକି ନୁହଁ ଡାକ୍ତରଙ୍କ ସହ ସାକ୍ଷାତ କରିବାରେ ମଧ୍ୟ ରୋବୋଟ୍ ସାହାଯ୍ୟ କରିବେ । ଏସଏନ୍ ଫରୀଦ୍ କୁହନ୍ତି ଗତ ୧.୫ ବର୍ଷ ହେଲା ଗ୍ରାହକଙ୍କୁ ମୃଦୁପାନୀୟ ତଥା ପେୟପଦାର୍ଥ ଦେବାପାଇଁ ସେ କିଛି ରୋବୋଟଙ୍କୁ ପ୍ରସ୍ତୁତ କରିଥିଲେ । ଏହି କରୋନା ସମୟରେ ସେ ଡାକ୍ତରଙ୍କ ସହାୟତା କରିବା ପାଇଁ ଆଉ କିଛି ରୋବୋଟଙ୍କୁ ଡିଜାଇନ୍ କରିଛନ୍ତି ।