ବିମାନବନ୍ଦରରେ ଯାତ୍ରୀଙ୍କୁ ସ୍ୱାଗତ କରିବ ରୋବଟ ରାଡ଼ା ! ମନୋରଞ୍ଜନ ପାଇଁ ଗୀତ ଗାଇବ, ସାଙ୍ଗରେ ଖେଳିବ

68

ଖୁବଶୀଘ୍ର ବିମାନମନ୍ଦରରେ ଯାତ୍ରୀଙ୍କୁ ସ୍ୱାଗତ କରିବ ରୋବଟ । ଦିଲ୍ଲୀ ଇନ୍ଦିରା ଗାନ୍ଧି ଅର୍ନ୍ତଜାତୀୟ ବିମାନବନ୍ଦରର ୩ ନମ୍ବର ଟର୍ମିନାଲରେ ଯାତ୍ରୀ ମାନଙ୍କୁ ଏକ ନୂଆ ଅନୁଭୂତି ମିଳିବ ।କାରଣ ଏଠାରେ ଯାତ୍ରୀ ମାନଙ୍କୁ ସ୍ୱାଗତ କରିବ ରୋବଟ । ଭିସ୍ତାରା ଏୟାରଲାଇନ୍ସ କମ୍ପାନୀ ଦିଲ୍ଲୀ ଏୟାରପୋର୍ଟର ୩ ନମ୍ବର ଟର୍ମିନାଲରେ ରୋବଟ ରାଡ଼ାକୁ ନିଯୁକ୍ତ କରାଯାଇଛି । ଜୁଲାଇ ମାସରୁ ରୋବଟ ରାଡ଼ା ଯାତ୍ରୀଙ୍କ ସେବା ପାଇଁ ଉପସ୍ଥିତ ରହିବ । ଭିସ୍ତାରା ଏୟାରଲାଇନ୍ସ ମୁ୍ତାବିକ ରୋବଟ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ଜ୍ଞାନକୌଶଳର ବ୍ୟବହାର କରିବା ସହ ଯାତ୍ରୀ ମାନଙ୍କର ପ୍ରଶ୍ନର ଉତ୍ତର ଦେବ । ଏହାଛଡ଼ା ଯାତ୍ରୀ ମାନଙ୍କ ମନୋରଞ୍ଜନ ମଧ୍ୟ କରିବ ରୋବଟ ରାଡ଼ା ।

ଭିସ୍ତାରା ଏୟାରଲାଇନ୍ସର କହିବା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ରୋବଟ ରାଡ଼ାକୁ ଟର୍ମିନାଲ ୩ରେ ନିଯୁକ୍ତ କରାଯିବ । ଜୁଲାଇ ୫ରୁ ରୋବଟ ରାଡ଼ା ବିମାନ ଯାତ୍ରା କରିବା ପୂର୍ବରୁ ଯାତ୍ରୀ ମାନଙ୍କୁ ସାହାଯ୍ୟ କରିବ ।ଏବେ ରାଡ଼ା କେବଳ ବୋର୍ଡ଼ିଂ ପାସ,ଟର୍ମିନାଲ ଓ ପ୍ରସ୍ଥାନର ସୂଚନା ଦେବ । ଏହାଛଡ଼ା ଯାତ୍ରୀ ମାନଙ୍କୁ ଗନ୍ତବ୍ୟସ୍ଥଳର ପାଣିପାଗ ବାବଦରେ ମଧ୍ୟ ସୂଚନା ଦେବ ରାଡ଼ା । ଏପରିିକି କେଉଁ ସମୟରେ ବିମାନ ଉଡ଼ିବ ତାହାର ସଠିକ୍ ସମୟ ମଧ୍ୟ ଯାତଅୀ ମାନଙ୍କୁ ସୂଚିତ କରିବ ରାଡ଼ା ରୋବଟ ।

କମ୍ପାନିର କହିବା ଅନୁଯାୟୀ, ଏହି ରୋବଟ କେବଳ ଟର୍ମିନାଲରେ ଯାତ୍ରୀ ମାନଙ୍କୁ ସ୍ୱାଗତ କରିବ ତାହା ନୁହେଁ ବରଂ ଯାତ୍ରୀ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ଖେଳ ଦେଖାଇବା ସହ ଗୀତ ଗାଇବ । ଏପରିକି ଛୋଟ ଛୋଟ ଛୁଆ ଓ ବୟସ୍କଙ୍କ ବ୍ୟକ୍ତିଙ୍କ ମନୋରଞ୍ଜନ ପାଇଁ ରୋବଟ ରାଡ଼ା ଭିଡ଼ିଓ ଗେମ ମଧ୍ୟ ଖେଳିପାରିବ ।