ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବ ରୋବଟ୍ । ସରକାର ଦେଲେ ଗ୍ରୀନ ସିଗନାଲ

46

କନକ ବ୍ୟୁରୋ : ପାଠ ପଢାଇବ ରୋବଟ୍ । ମଡେଲ ସ୍କୁଲରେ ପ୍ରତିଷ୍ଠା ହେବ ରୋବୋଟିକ୍ ଲାବରୋଟରୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ମଡେଲ ସ୍କୁଲରେ ହେବ ପାଇଲଟ୍ ପ୍ରୋଜେକ୍ଟ । ପ୍ରଥମ ପର୍ଯ୍ୟାୟରେ ଏହି ୧୦ଟି ଆଦର୍ଶ ବିଦ୍ୟାଳୟରେ ରୋବୋଟିକ୍ ଲ୍ୟାବ୍ ଖୋଲାଯିବ । ଯେଉଁଠି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ଡ଼୍ରୋନ ଓ ରୋବଟ ମାଧ୍ୟମରେ ଶିକ୍ଷା ଦିଆଯିବ । ବେଙ୍ଗାଲୁରୁର ଏକ ସଂସ୍ଥା ଏହି ପ୍ରକଳ୍ପ ହାତକୁ ନେଇଛି । ଏ ନେଇ ସରକାରଙ୍କ ପକ୍ଷରୁ ସ୍ଥାନ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ ।

ସିରେନା ଟେକ୍ନୋଲଜି ନାମକ ସଂସ୍ଥା ଏହି ପ୍ରକଳ୍ପକୁ ଓଡିଶାରେ କାର୍ଯ୍ୟକାରୀ କରିବ । ଏହି ସଂସ୍ଥା ପୂର୍ବରୁ ବ୍ରହ୍ମପୁରର ଏକ ସ୍କୁଲରେ ପ୍ରୋଜେକ୍ଟ କରି ସାରିଛି । କର୍ଣ୍ଣାଟକ ସରକାରଙ୍କ ସହ ଚୁକ୍ତିଭିତିକ ଭାବେ ଅନେକ ସ୍କୁଲରେ ଏହି ପ୍ରକଳ୍ପ କରିସାରିଛି ସଂପୃକ୍ତ ସଂସ୍ଥା । ରୋବୋଟିକ୍ ଲାବରୋଟରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସବୁପ୍ରକାର ଶିକ୍ଷା ପ୍ରଦାନ କରାଯାଇ ପାରିବ ।