ମଣିଷ ନୁହେଁ, ରୋବର୍ଟ ନେବ ଇଣ୍ଟରଭ୍ୟୁ ! ଜାଣନ୍ତୁ କେଉଁଠି ।

44

ଏବେ ରୋବର୍ଟ ନେବ ଇଣ୍ଟରଭ୍ୟୁ । ଋଷର ଷ୍ଟାର୍ଟଅପ କମ୍ପାନି ଏପରି ଏକ ରୋବର୍ଟ ନିର୍ମାଣ କରିଛି, ଯାହା ଚାକିରି ନିମନ୍ତେ ଆସୁଥିବା ପ୍ରାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ନେଉଛି । ଏହାର ନାମ ବେରା ରଖାଯାଇଛି । ଏହି ରୋବର୍ଟର ୩୦୦ରୁ ଉଦ୍ଧ୍ୱର୍ କ୍ଲାଏଣ୍ଟ୍ ରହିଛନ୍ତି । ଯେଉଁଥିରେ ପେପ୍ସି , ଲୋରିୟଲ୍ ଭଳି ବଡ ବଡ କମ୍ପାନି ସାମିଲ ରହିଛନ୍ତି । ଯଦି ଆପଣ ଏହିଭଳି ସ୍ମାର୍ଟ କମ୍ପାନି ଗୁଡିକରେ ଚାକିରି କରିବାକୁ ଚାହୁଁଛନ୍ତି ତେବେ ରୋବର୍ଟ ବେରା ଭିଡିଓ କଲ୍ ସାହାଯ୍ୟରେ କିମ୍ବା ସାମନା ସାମନି ଆପଣଙ୍କର ଇଣ୍ଟରଭ୍ୟୁ ନେଇପାରେ । ତେବେ ଆସନ୍ତୁ ଆଉ କିଛି ଆକର୍ଷଣୀୟ କଥା ଜାଣିବା ଏହି ରୋବର୍ଟ ବେରା ବିଷୟରେ ।

ମିଳିଥିବା ଖବର ଅନୁଯାୟୀ , ରୋବର୍ଟ ତିଆରି କରୁଥିବା କମ୍ପାନିର କୋ-ଫାଉଣ୍ଡର ବ୍ଲାଦିମୀର ସ୍ୱେଶନିକୋବ ଏବଂ ଆଲେକଜେଣ୍ଡର ଉରାକ୍ସିନ ନାମକ ଦୁଇ ବ୍ୟକ୍ତି ବେରା ନାମକ ରୋବର୍ଟର ନିର୍ମାଣ କରିଛନ୍ତି । ଏହାକୁ ଖାସ୍ ଭାବରେ ବଡ ବଡ କମ୍ପାନି ମାନଙ୍କରେ ପ୍ରାର୍ଥୀ ମାନଙ୍କ ଇଣ୍ଟରଭ୍ୟୁ ନେବା ପାଇଁ ବନାଯାଇଛି । ବେରା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ପ୍ରାର୍ଥୀ ମାନଙ୍କୁ ଚୟନ କରିଥାଏ ।

ସର୍ବପ୍ରଥମେ ବେରା କେତେକ ଜବ୍ ସାଇଟ୍କୁ ଯାଇ ଅପଲୋଡ ହୋଇଥିବା ପାର୍ଥୀଙ୍କ ଆବେଦନ ପତ୍ରକୁ ସ୍କାନ୍ କରିଥାଏ । ଆବଶ୍ୟକ ଅନୁଯାୟୀ ଦରକାରୀ ପ୍ରାର୍ଥୀ ମାନଙ୍କର ଏକ ତାଲିକା ବନାଇଥାଏ ଏବଂ ଜବ୍ ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରାର୍ଥୀ ମାନଙ୍କ ନିକଟକୁ ମେଲ୍ କରିଥାଏ ।

ତେବେ ଏହି ରୋବର୍ଟକୁ ନିର୍ମାଣ କରିଥିବା ବ୍ୟକ୍ତିଙ୍କ କହିବା ଅନୁସାରେ ପ୍ରାର୍ଥୀ ଚୟନର ଏହି ପ୍ରଣାଳୀରେ ଖର୍ଚ୍ଚ ହେଉଥିବା ସମୟ ଏବଂ ଅର୍ଥର ଏକ-ତୃତୀୟାଂଶ ବେରା କମ୍ କରିଦେଉଛି । ସବୁଠୁ ଆକର୍ଷଣୀୟ କଥା ହେଉଛି ବେରା ଲୋକଙ୍କ ମୁଁହ ଦେଖି ଦୁଃଖ, ସୁଖ କିପରି ଜାଣିପାରିବ ସେଥିଲାଗି ଶିକ୍ଷା ମଧ୍ୟ ଗ୍ରହଣ କରୁଛି ।