ଆପଣ ବି ଆସନ୍ତୁ…ଖାଇବା ସହ ମନୋରଞ୍ଜନର ଖୋରାକ ପାଆନ୍ତୁ: ଆପଣଙ୍କ ଅପେକ୍ଷାରେ ରାୟଗଡାର ରୋବଟ୍ ରେଷ୍ଟୁରାଣ୍ଟ

228

କନକ ବ୍ୟୁରୋ: ଅରେ ବାଃ ମଜା ଆସିଯିବ । ଖାଦ୍ୟକୁ ଖାଦ୍ୟ ଖାଇବେ ଆଉ ଏଣ୍ଟରଟେନମେଣ୍ଟ ବି କରିବେ । କାରଣ ଏହି ରେଷ୍ଟୁରାଣ୍ଟରେ ଆପଣଙ୍କୁ ଗରମାଗରମ ସୁସ୍ୱାଦୁଖାଦ୍ୟ ପରଷିଦେବ ଲେଡି ରୋବଟ୍ । ଗ୍ରାହକଙ୍କୁ ସ୍ୱାଗତ ଜଣାଇବା ସହ ଅର୍ଡର କରିଥିବା ଖାଦ୍ୟ ବା ପାନୀୟକୁ ଆପଣଙ୍କ ପାଖରେ ଆସି ହାଜର ହୋଇଯିବ ରୋବୋଟ୍ । ଇଏ କୌଣସି ରାଜ୍ୟ ବାହାରର ରେଷ୍ଟୁରାଣ୍ଟ ନୁହେଁ ବରଂ ରାୟଗଡାର ଏକ ରେଷ୍ଟୁରାଣ୍ଟର ଦୃଶ୍ୟ ।

ଖାଦ୍ୟ ଖାଇବା ସାଙ୍ଗକୁ ଗ୍ରାହକଙ୍କ ମନୋରଞ୍ଜନ ବି ହୋଇଯାଉଛି । କାରଣ ସବୁ ରୋଷ୍ଟୁରାଷ୍ଟରେ ୱେଟର ଖାଦ୍ୟ ସର୍ଭ କରୁଥିବାବେଳେ ଏହି ରେଷ୍ଟୁରାଣ୍ଟରେ ରୋବଟ୍ ଫୁଡ୍ ସର୍ଭ କରୁଛି । ଏହା ଗୋଟିଏ ଟେବୁଲରୁ ଆଉ ଗୋଟିଏ ଟେବୁଲ ପାଖକୁ ଯିବାକୁ ଡିଜିଟାଲ ଟ୍ରାକ୍ ବନାଯାଇଛି । ରୋବଟ୍ ହାତରେ ଥିବା ସର୍ଭିଙ୍ଗ ପ୍ଲେଟରେ କଷ୍ଟମରଙ୍କ ଅର୍ଡର ମୁତାବକ ଖାଦ୍ୟ ରଖି ଏହା ପଛପଟେ ଥିବା ଟ୍ୟାବରେ ଟେବୁଲ ନମ୍ବର ଟାଇପ୍ କରିଦଲେ ଏହା ସେହି ନିର୍ଦ୍ଦିଷ୍ଟ ଟେବୁଲ ପାଖରେ ପହଞ୍ଚିଯାଏ । ୱେଲକମ୍ କରିବା ସହ ଖାଦ୍ୟ ପରଷିଦେଉଛି । ରାୟଗଡାରେ ପ୍ରଥମ ଥର ପାଇଁ ଏଭଳି ରେଷ୍ଟୁରାଣ୍ଟ ହୋଇଥିବାରୁ ଗ୍ରାହକ ନୂଆ ପ୍ରକାର ଏକ୍ସପେରିଏନ୍ସ ପାଉଛନ୍ତି ବୋଲି କହିଛନ୍ତି ।

ଏହି ରୋବଟକୁ ହାଇଦ୍ରାବାଦରୁ ଅଣାଯାଇଛି । ଏହାର ମୂଲ୍ୟ ୨ ଲକ୍ଷ ଟଙ୍କା । ରାୟଗଡାର ଫ୍ଲେବର୍ସ ଫୁଡ କୋର୍ଟ ରୋଷ୍ଟୁରାଷ୍ଟରେ ଇଣ୍ଡିଆନ୍ ଠାରୁ ଆରମ୍ଭ କରି ଚାଇନିଜ୍ ସବୁ ଖାଦ୍ୟ ପରିଷିଦେଉଛି ରୋବଟ୍ । ବିଶେଷ କରି ପିଲାମାନଙ୍କୁ ଆକୃଷ୍ଟ କରିବାକୁ ଏପରି ଏକ କଥା ମନକୁ ଆସିଥିବା ମନକୁ ଆସିଥିବା କହିଛନ୍ତି ରେଷ୍ଟୁରାଣ୍ଟ ମ୍ୟାନେଜର । ସମୟ ହେଲେ ଆପଣ ବି ଆସନ୍ତୁ ରୋବଟ୍ ହାତରୁ ଖାଦ୍ୟ ଖାଇ ମନ ଖୁସି କରନ୍ତୁ ।