ଉତରାଖଣ୍ଡ ଉଦ୍ଧାର ଅଭିଯାନରେ ସାମିଲ ହେବ ରୋବଟ । ଟନେଲରେ ଫସିଥିବା ଶ୍ରମିକଙ୍କୁ ଖୋଜିବ ଡିଆରଡିଓ ପ୍ରସ୍ତୁତ କରିଥିବା ରୋବଟ ‘ଦକ୍ଷ’

127

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ଫଶି ରହିଥିବା ଶ୍ରମିକଙ୍କୁ ସନ୍ଧାନ କରିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ରୋବର୍ଟ । ଯାହାର ନାଁ ହେଉଛି- ଦକ୍ଷ । ନାଁ ଯେମିତି ଦକ୍ଷ, ରୋବର୍ଟା କାମ ସେମିତି ଦକ୍ଷ । ଯେଉଁଠି ମଣିଷ ପହଂଚିବା କଷ୍ଟକର ହୋଇପଡ଼େ, ସେଠି ପହଂଚିଯାଏ ଏହି ଯନ୍ତ୍ର । ଡିଆରଡିଓ ନିର୍ମାଣ କରିଥିବା ଏହି ରୋବର୍ଟ-
– ବିଜୁଳି ଦ୍ୱାରା ପରିଚାଳିତ ହୋଇଥାଏ
– ବହୁ ଦୂରରୁ ଥାଇ ଏହାକୁ ନିୟନ୍ତ୍ରଣ କରିହୁଏ
– ଦୁର୍ଗମ ସ୍ଥାନରେ ବସ୍ତୁ ଓ ଜୀବନ ସନ୍ଧାନ କରିପାରେ
– ସ୍କାନର ଜରିଆରେ ଟନେଲ ଭିତରର ଚିତ୍ର ଦେଖିପାରିବ
– ବାହାରେ ଥାଇ ସୁଡ଼ଙ୍ଗର ଚିତ୍ର ଦେଖି ହେବ
– ଫଳରେ ଶ୍ରମିକଙ୍କ ଅବସ୍ଥିତି ସହଜ ଓ ସଠିକ୍ ଭାବେ ଜାଣି ହେବ

ପ୍ରାୟ ୯୦ ପ୍ରତିଶତ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ ହୋଇଥିବା ଏହି ରିବୋର୍ଟକୁ ଉତରାଖଣ୍ଡର ସୁଡ଼ଙ୍ଗ ଅଘଟଣରେ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ କରାଯିବ । ବିଗତ ୯ ଦିନ ହେଲାଣୀ, ସୁଡ଼ଙ୍ଗ ଭିତରେ ଫଶୀ ରହିଛନ୍ତି ୪୧ ଜଣ ଶ୍ରମିକ । ୯ ଦିନ ବିତିଯାଇଥିଲେ ବି ଉଦ୍ଧାରକାରୀ ଦଳଙ୍କୁ ମିଳିନି କୌଣସି ସଫଳତା । ଏଭଳି ସ୍ଥିତିରେ ଉଦ୍ଧାର କାର୍ଯ୍ୟରେ ରୋବର୍ଟ ଦକ୍ଷକୁ ନିୟୋଜିତ କରାଯିବ । ଏପଟେ ଅଷ୍ଟ୍ରେଲିଆର ଅର୍ନ୍ତଜାତୀୟ ଟନେଲ ଅଣ୍ଡରଗ୍ରାଉଣ୍ଡ ସ୍ପେଶ ମୁଖ୍ୟ- ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ।

ତେବେ ଶ୍ରମିକଙ୍କ ଜୀବନ ରକ୍ଷା ପାଇଁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଖାଦ୍ୟ,ପାଣି. ଔଷଧ ଓ ଅକ୍ସିଜେନ ପଠାଯାଉଛି । ସେପଟେ ଉଦ୍ଧାରକାର୍ଯ୍ୟରେ ବ୍ୟବହାର ପାଇଁ ବିଦେଶରୁ ଓ ରାଜ୍ୟବାହାରୁ ଆସୁଥିବା ସମସ୍ତ ମେସିନ ଆଣିବା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରୁଛି ବିଆରଓ ।