କନକ ବ୍ୟୁରୋ : ବିଜ୍ଞାନ ଦ୍ୱାରା ଆଜିକାଲି ସବୁ ସମ୍ଭବ ହୋଇପାରୁଛି । ସବୁ ଅସମ୍ଭବ କଥାକୁ ସମ୍ଭବ କରି ଦେଖାଉଛି ବିଜ୍ଞାନ ଆଉ ଜ୍ଞାନକୌଶଳ । ଆଉ ଏବେ ବିଜ୍ଞାନର ଚମକ୍ରାରିତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଏଣିକି ପିଲା ଜନ୍ମ କରିବେ ରୋବଟ୍ । ସ୍ପେନରେ ବିଟ୍ରୋ ଫର୍ଟିଲାଇଜେସନ୍ ପାଇଁ ରୋବଟର ସାହାଯ୍ୟ ନିଆଯାଇଛି । ରୋବଟ୍ ସାହାଯ୍ୟରେ ୨ଟି ପିଲାଙ୍କୁ ଜନ୍ମ କରାଯାଇଥିବା ଚିତ୍ର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Advertisment

ସ୍ପେନରେ ଏକ ମେଡିକାଲ ସଂସ୍ଥା ରହିଛି । ଯାହାର ନାଁ ହେଉଛି ‘ଓଭରଚର ଲାଇଫ୍’ । ସାଧାରଣ ଉପାୟରେ ଯେଉଁ ମାଆ ବାପା ପିଲା ଜନ୍ମ କରିପାରୁନାହାନ୍ତି । ସେମାନେ ଏଠାରେ ରୋବଟର ସହାୟତା ନେଇପାରିବେ । ପରୀକ୍ଷା ଆକାରରେ ଜଣେ ମହିଳା ରୋବଟର ସହାୟତା ନେଇ ଦୁଇ ପିଲାଙ୍କୁ ଜନ୍ମ ଦେଇଛନ୍ତି । ଆଉ ତାଙ୍କର ଦୁଇଟି ଯାକ ପିଲା ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି । ତେବେ ଏହି ପରୀକ୍ଷା କରିବା ପୂର୍ବରୁ ୧୨ଥର ଅଭ୍ୟାସ କରାଯାଇଥିଲା ।