କନକ ବ୍ୟୁରୋ : ଭୀଷଣ ଅଗ୍ନିକାଣ୍ଡ ସ୍ଥାନରେ କିପରି ହେବ ନିଆଁ ଲିଭା କାମ । ଏହି କାମକୁ ସହଜ କରିବାକୁ ଏବେ ଏକ ରୋବର୍ଟ ପ୍ରସ୍ତୁତ କରାଯାଇଛି । ସ୍ୱଦେଶୀ ଫାୟାର ଅନୁଷ୍ଠାନ ଏହି ନିଆଁଲିଭା ରୋବର୍ଟକୁ ପ୍ରସ୍ତୁତ କରିଛି । ଆଜି ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଏହାର ଡେମୋ ଦେଖାଯାଇଛି ।
ଏହି ଅବସରରେ ଫାୟାର ଡିଜିଙ୍କ ଉପସ୍ଥିତିରେ ଏହି ରୋବର୍ଟର ଫାୟାର ଫାଇଟିଂ କୌଶଳ ପ୍ରଦର୍ଶନ କରାଯାଇଛି । ଆଗକୁ କୌଣସି ବଡ ବଡ ବିଲଡିଂ , ଶିଳ୍ପାନୁଷ୍ଠାନ ବ୍ୟବସାୟ ପ୍ରତିଷ୍ଠାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଲେ ଏହି ରୋବର୍ଟ ନିଆଁ ଲିଭା କାମରେ ବେଶ୍ ସହାୟକ ହୋଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/10-9.jpg)