ଟ୍ୱିଟରରେ ଟ୍ରୋଲ ହେଲେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ । ଭାରତୀୟ ଜାତୀୟ ପତାକା ବଦଳରେ ପାରାଗୁଏର ପତାକା ସେୟାର କରିଥିଲେ, ଟ୍ରୋଲ ପରେ ଟ୍ୱିଟରରୁ ହଟାଇଲେ ପୋଷ୍ଟ ।

194

ଟ୍ୱିଟରରେ ଫଟୋ ସେୟାର କରି ଟ୍ରୋଲ ହେଲେ କଂଗ୍ରେସ ମହାସଚିବ ପ୍ର୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରର୍ବଟ ଭଦ୍ରା । ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ହେଉଥିବା ବେଳେ ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଭୋଟ ଦେଇଥିଲେ । ଭୋଟ ଦେବା ପରେ କାଳି ଲାଗିଥିବା ଆଙ୍ଗୁଳି ସହ ଫଟୋ ଉଠାଇ ଏହାକୁ ନିଜର ଟ୍ୱିଟର ପେଜରେ ସେୟାର କରିଥିଲେ । କିନ୍ତୁ ଟ୍ୱିଟରରେ ଭାରତର ପତାକା ବଦଳରେ ପାରାଗୁଏ ପତାକାର ଚିହ୍ନ ରଖିଥିବାରୁ ୟୁଜର୍ସଙ୍କ ଟ୍ରୋଲର ଶିକାର ହୋଇଛନ୍ତି ରର୍ବଟ ।

ଭୋଟ ଦେବା ପରେ ଟ୍ୱିଟରରେ ରବର୍ଟ ଲେଖିଥିଲେ, ଆମର ଅଧିକାର, ଆମର ଶକ୍ତି । ଆପଣ ସମସ୍ତଙ୍କୁ ଭୋଟ ଦେବାକୁ ଆଗେଇ ଆସିବା ଆବଶ୍ୟକ । ଆମ ପ୍ରିୟଜନଙ୍କ ଉଜ୍ଜ୍ଳ ଭବିଷ୍ୟତ ପାଇଁ ସେହି ସବୁ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି ଯେଉଁମାନେ ଆମ ଦେଶକୁ ଧର୍ମନିରପେକ୍ଷର ବାର୍ତ୍ତା ଦେବା ସହ ସୁରକ୍ଷିତ ରଖିପାରିବ । ତେବେ ଭୋଟ ଦେବାକୁ ଅପିଲ କରିବା ସହ ଟ୍ୱିଟ ଶେଷରେ ପାରାଗୁଏର ପତାକା ସେୟାର କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ରବର୍ଟଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥଲା । କିନ୍ତୁ ଏହା ଜାଣିବା ପରେ ତତକ୍ଷଣାତ ଏହି ଟ୍ୱିଟ୍କୁ ହଟାଇ ଭାରତୀୟ ଜାତୀୟ ପତାକା ସହ ନୂଆ ଟ୍ୱିଟ୍ କରିଥିଲେ ରବର୍ଟ ।

ଏହା ପୂର୍ବରୁ ରବର୍ଟ ଭଦ୍ରା ପତ୍ନୀ ପ୍ରିୟଙ୍କାଙ୍କ ସହ ଭୋଟ ଦେଇଥିଲେ । ପ୍ରିୟଙ୍କା ଭୋଟ ଦେବା ସହ କଂଗ୍ରେସ ଚଳିତ ଥର ଆଶାରୁ ଅଧିକ ଆସନରେ ଜିତିବ ବୋଲି ସ୍ପଷ୍ଟ କରିଥିଲେ ।

Comments are closed.