କନକ ବ୍ୟୁରୋ : ବେନାମି ସମ୍ପତି ମାମଲାରେ ଆଜି ପୁଣି ଥରେ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଂଚିଛନ୍ତି ଆୟକର ବିଭାଗର ଅଧିକାରୀ । ଏହା ପୂର୍ବରୁ ଆୟକର ବିଭାଗର ଟିମ୍ ରବର୍ଟ ଭଦ୍ରାଙ୍କୁ ୮ଘଂଟା କାଳ ପଚରା ଉଚରା କରିଥିଲା । ରବର୍ଟ ଭଦ୍ରା କଂଗ୍ରେସର ଅନ୍ତରିଣ ଅଧ୍ୟକ୍ଷା ତଥା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ବିକାନେର ଏବଂ ଫରିଦାବାଦ୍ ଜମି ଦୁର୍ନୀତିକୁ ନେଇ ଆୟକର ବିଭାଗ ତାଙ୍କୁ ପଚରା ଉଚରା କରିଛି ।
ବେନାମୀ ସମ୍ପତି ମାମଲାରେ ଆୟକର ବିଭାଗର ଟିମ୍ ପ୍ରଥମେ ରବର୍ଟ ଭଦ୍ରାଙ୍କୁ ନୋଟିସ୍ କରିଥିଲା । କିନ୍ତୁ କରୋନା ମହାମାରୀ ପାଇଁ ରବର୍ଟ ଭଦ୍ରା ଆୟକର ବିଭାଗରେ ପହଂଚିପାରିନଥିଲେ । ଏହାକୁ ନେଇ ସୋମବାରେ ଆୟକର ବିଭାଗର ଟିମ୍ ଦିଲ୍ଲୀ ସୁଖଦେବ ବିହାର ସ୍ଥିତ ରବର୍ଟ ଭଦ୍ରାଙ୍କ ବାସଭବନରେ ପହଂଚିଥିଲେ ।
ସୋମବାର ଦିନ ରବର୍ଟକୁ କିଛି ଦସ୍ତାବିଜ ମାମଲାରେ ପଚରା ଉଚରା କରିଥିଲା ଆୟକର ବିଭାଗ । ଏହି ଦସ୍ତାବିଜ୍କୁ ଆଇଟି ବିଭାଗ ଆଗରେ ପହଂଚାଇ ପାରିନଥିଲେ ରବର୍ଟ ଭଦ୍ରା । ତେଣୁ ଆଜି ମଧ୍ୟ ଏହି ମାମଲାକୁ ନେଇ ପଚରା ଉଚରା କରିଛନ୍ତି ଆଇଟି ଅଧିକାରୀ ।