ତୈଳ ଦର ବୃଦ୍ଧି ପ୍ରତିବାଦରେ ସାମିଲ ହେଲେ ରବର୍ଟ ଭଦ୍ରା । ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ ।

85

କନକ ବ୍ୟୁରୋ : ତୈଳ ଦର ବୃଦ୍ଧିକୁ ବିରୋଧ କରି ସବୁଆଡେ ପ୍ରତିବାଦ ଚାଲିଥିବା ବେଳେ ଏବେ ଏଥିରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା । ପେଟ୍ରୋଲ ଦର ବୃଦ୍ଧିର ପ୍ରତିବାଦରେ ସାଇକେଲ ଚଳାଇ ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ରବର୍ଟ । ଦିଲ୍ଲୀ ଖାନ ମାର୍କେଟରୁ ବାହାରି ସେ ସାଇକେଲରେ ଆସି ନିଜ କାର୍ଯ୍ୟାଳୟରେ ପହଂଚିଛନ୍ତି ।

ପେଟ୍ରୋଲ ଦର ବୃଦ୍ଧି ନେଇ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରବର୍ଟ । ପ୍ରଧାନମନ୍ତ୍ରୀଙ୍କୁ ନିଜ ଏସି ଗାଡିରୁ ବାହାରି ସାଧାରଣ ଲୋକଙ୍କ ସମସ୍ୟା ଦେଖିବା ଉଚିତ । ଏବଂ ହୁଏତ ଏହା ପରେ ସେ ପେଟ୍ରୋଲ ଦର କମ କରିବେ । କେବଳ ଏତିକି ନୁହେଁ ମୋଦୀ ସବୁବେଳେ ସବୁ ସମସ୍ୟା ପାଇଁ ବିଗତ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ବୋଲି କହିଛନ୍ତି ରବର୍ଟ ଭଦ୍ରା ।