ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ଚାଲିଛି ଲୁଟ: ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ ଅଭିଯୋଗ

85

କନକ ବ୍ୟୁରୋ: ପୂଜା ବଜାରରେ ସାଇବର ଠକଙ୍କ ଉତ୍ପାତ । ଏସକର୍ଟ ସର୍ଭିସ ନାଁରେ ଭୁବନେଶ୍ୱରରେ ରହି ଲୋକଙ୍କୁ ବନାଉଥିଲେ ଭକୁଆ । ଯୁବତୀ ଯୋଗାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ୍ କରିଥିବା ଏହି ଠକ ଗ୍ୟାଙ୍ଗରେ ସାମିଲ ଥିଲେ ଯୁବତୀ । ଗୁଗଲ୍ରେ ବିଜ୍ଞାପନ ଦେଇ ଲୋକମାନଙ୍କୁ ହୋଟେଲକୁ ଡାକୁଥିଲେ ଯୁବତୀ । କଥା ଆଳରେ ଟଙ୍କା ଠକିବା ପରେ ପ୍ରି-ଆକ୍ଟଭେଟେଡ ସିମକୁ ଫୋପାଡି ହୋଇଯାଉଥିଲେ ଫେରାର । ୱେବସିରିଜ୍ ଜାମତରା ଭଳି ଏହି ଗ୍ୟାଙ୍ଗ ଭୁବନେଶ୍ୱରରେ କ୍ରାଇମ ସିଣ୍ଡିକେଟ ଚଲାଇଥିଲେ ।

ଏମାନେ ପାଖାପାଖି ୧୦ରୁ ଅଧିକ ଲୋକଙ୍କୁ ଲୁଟ୍ କରିଥିବା କହିଛି ପୁଲିସ । ଏହି ଠକେଇରେ ମାଷ୍ଟର ମାଇଣ୍ଡ ଦଲାଲ ସୁଶାନ୍ତ ପାତ୍ର ଧରାପଡିଥିବା ବେଳେ ତାର ସ୍ତ୍ରୀ ଓ ଜଣେ ଯବୁତୀ ଫେରାର ଅଛନ୍ତି । ମୋଟ ୫ଅଭିଯୁକ୍ତଙ୍କ ଭିତରେ ଜଣେ ଯୁବତୀ ରହିଛନ୍ତି । ସେଥିରୁ ୩ଜଣ ଏସକର୍ଟ ସର୍ଭିସ ଲୋକ ଓ ଅନ୍ୟ ଦୁଇ ଜଣ ସିମ୍ ଯୋଗାଉଥିଲେ । ପୁଲିସ ଧରପଗଡ ପରେ ସିମ୍, ମୋବାଇଲ, ୮୭ହଜାର ଟଙ୍କା , ସ୍କାନର କୋର୍ଡ ଜବତ କରିଛି । ତା ସହ ୧୫ଟି ଆକାଉଂଟ ଫ୍ରିଜ୍ କରିଦିଆଯାଇଛି ।