କନକ ବ୍ୟୁରୋ: ରାଜଧାନୀର ନନ୍ଦନବିହାରୀ ଅଞ୍ଚଳରେ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ ହୋଇଛି । ଅନ୍ୟ ୩ ଅଭିଯୁକ୍ତଙ୍କୁ କାବୁ କରି କମିସନରେଟ ପୋଲିସ ପଚରା ଉଚରା କରୁଛି । ପୂର୍ବରୁ ଏହି ମାମଲାରେ ୫ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏବେ ୩ ଜଣ ଧରାପଡିଛନ୍ତି । ଗିରଫ ଅଭିଯୁକ୍ତଙ୍କର ଝାରପଡା ଜେଲରେ ଟିଆଇ ପରେଡ ହେବ ବୋଲି ସୂଚନା ମିଳିଛି । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୧ କୋଟି ୨ ଲକ୍ଷ ଟଙ୍କା ପୋଲିସ ଉଦ୍ଧାର କରିଥିଲା ।

Advertisment

ଗତ ରବିବାର ନନ୍ଦନବିହାର ଅଞ୍ଚଳର ନିବାରଣ ପାଣିଙ୍କ ଘରେ ନିଜକୁ ସିବିଆଇ ଅଧିକାରୀର ପରିଚୟ ଦେଇ ଡକାୟତ ଦଳ ଘରେ ପଶିବା ପରେ ଲୁଟପାଟ କରିଥିଲେ । ନଗଦ ୨ କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ତଦନ୍ତ ପରେ ପୋଲିସ ଏହି ଲୁଟ ଘଟଣାର ମାଷ୍ଟରମାଇଣ୍ଡ ନିବାରଣ ପାଣିଙ୍କ ସଂପର୍କୀୟ ଡ୍ରାଇଭର ବୋଲି ଜାଣିବାକୁ ପାଇଥିଲା । ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ୫ ଜଣ ଡକାୟତ ଓ ଏବେ ୩ ଜଣଙ୍କୁ ବାନ୍ଧିଛି । ଅନ୍ୟପଟେ ନିବାରଣ ପାଣି କେଉଁଠୁ ନଗଦ ୨ କୋଟି ଟଙ୍କା ଆଣିଲେ, ସେ ନେଇ ଆୟକର ବିଭାଗ ଖୁବ ଶୀଘ୍ର ତଦନ୍ତ ଆରମ୍ଭ କରିପାରେ ।