ଘରେ ପଶି ହାଣିଲେ, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ ; ପାରାଦୀପ ନିକଟ ହସିଣା ଗାଁରେ ଲୁଟ୍

Advertisment
ଘରେ ପଶି ହାଣିଲେ, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ ; ପାରାଦୀପ ନିକଟ ହସିଣା ଗାଁରେ ଲୁଟ୍

କନକ ବ୍ୟୁରୋ: ଘରେ ପଶିଲେ, ଘର ମାଲିକୁ ହାଣି ଲହୁଲୁହାଣ କରି ଲୁଟ କଲେ ଦୁର୍ବୃତ୍ତ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗାଁରୁ ଆସିଛି ଏହି ଅଭିଯୋଗ।

ଗତକାଲି ରାତିରେ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ପ୍ରାୟ ରାତି ୮ଟା ସମୟରେ ଦୁଇ ଜଣ ବ୍ୟକ୍ତି ମାରଣାସ୍ତ୍ର ଧରି ଘରେ ପଶି ଆସିଥିଲେ। ଘରେ ପଶି ଘର ମାଲିକଙ୍କୁ ଖଣ୍ଡାରେ ହାଣି ରକ୍ତାକ୍ତ କରି ଧମକ ଦେଇଥିଲେ । ଏହାପରେ ନଗଦ ୪୦ ହଜାର ଟଙ୍କା ଓ ୨ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ କରି ଫେରାର ହୋଇଯାଇଥିଲେ । ଲୁଟପାଟ କରିବା ପରେ ପରିବାର ଲୋକଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ । ଧରାପଡିଯିବା ଭୟରେ ଘର ଭିତରେ ଥିବା ସିସିଟିଭି ହାର୍ଡଡିସ୍କ ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତମାନେ ଯିବା ପରେ ଗୁରୁତର ଅବସ୍ଥାରେ ଦେବୀ ପ୍ରସାଦ ମିଶ୍ର ମେଡିକାଲରେ ଭର୍ତ୍ତି ହେବା ସହ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe