ରାଜଧାନୀର ପୁଣି ମାତିଲେ ଲୁଟେରା । ମଞ୍ଚେଶ୍ୱର ଥାନା ଭୋଟପଡାରେ ରେଳବାଇ କର୍ମଚାରୀଙ୍କ ଘରେ ବୁଲାଇଲେ କଳାକନା ।

102

କନକ ବ୍ୟୁରୋ: ରାଜଧାନୀର ପୁଣି ମାତିଲେ ଲୁଟେରା । ମଂଚେଶ୍ୱର ଥାନା ଭୋଟପଡାରୁ ଲୁଟ୍ ହୋଇଛି । ଜଣେ ରେଲୱେ କର୍ମଚାରୀଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ । ଘରର କବାଟ ଭାଙ୍ଗି ପଶିଥିଲେ ଦୁର୍ବୃତ । ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମଂଚେଶ୍ୱର ଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳ କାମାକ୍ଷାନଗର ବାଉଁଶପାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରୁ ମଧ୍ୟ ଚୋରି । ଗତକାଲି ରାତିରେ କାର୍ଯ୍ୟାଳୟ ତାଲା ଭାଙ୍ଗି ଭିତରେ ଥିବା ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି ଲୁଟେରା । କାର୍ଯ୍ୟାଳୟରେ ଥିବା ଏଲଇଡି ଟିଭି, ୱେବ କ୍ୟାମେରା, ସାଉଣ୍ଡ ସିଷ୍ଟମ, ଇନଭର୍ଟର, ୨ଟି କର୍ଡଲେସ ଫୋନ୍ ଓ ନଗଦ ୩୦ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । କାମାକ୍ଷାନଗର ପୁଲିସ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଜଗୁଆଳିକୁ ପଚରାଉଚରା କରୁଛି ।