ପୋଲିସ କବଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଜଣ ଲୁଟେରାଙ୍କୁ ଗିରଫ କଲା ପୋଲିସର ସ୍ପେଶାଲ ସ୍କ୍ୱାଡ୍

153

କନକ ବ୍ୟୁରୋ: କମିଶନରେଟ ପୋଲିସ କବଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ରାଜ୍ୟ ତଥା ରାଜ୍ୟ ବାହାରେ ଲୁଟପାତ କରୁଥିବା ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଦିନ ଦ୍ୱିପ୍ରହରରେ ବାଟୁଳି ମାରି କାର କାଚ ଭାଙ୍ଗିବା ସହ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରୁଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବ୍ୟକ୍ତି ଓ କର୍ମଚାରୀ । ମହିଳାଙ୍କୁ ମଧ୍ୟ ପିଛା କରି ସୁନା ଚେନ ଝାମ୍ପି ନେଉଥିଲେ । ଅଭିଯୁକ୍ତଙ୍କଠାରୁ ୨ ଲକ୍ଷରୁ ଅଧିକ ଟଙ୍କା, ୧୭ଟି ସୁନା ଚେନ୍ ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ କିଭଳି ଲୁଟପାତ କରୁଥିଲେ ତାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ପାଖରେ ରହିଛି ।