କନକ ବ୍ୟୁରୋ: ଆତଙ୍କ ଖେଳାଇ ଲୁଟ୍ । ଅବସରପ୍ରାପ୍ତ ଶିକ୍ଷକଙ୍କ ପୂରା ପରିବାର ଲୋକଙ୍କୁ ଗୋଟିଏ ଘରେ ବନ୍ଦ କରି ଦୁର୍ବୃତ୍ତମାନେ ସୁନା ଗହଣା ଲୁଟି ନେଇଛନ୍ତି । ତେବେ ପ୍ରତିବାଦ କରିବାରୁ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପୁରୀପଡା ଗାଁର ଶିକ୍ଷକ ଶରତ ସାହୁଙ୍କ ଘରୁ ହୋଇଛି ଏଭଳି ଲୁଟ୍ ।
ଦୁର୍ବୃତ୍ତମାନେ ଗୋଟିଏ ବୋଲେରୋ ଗାଡିରେ ଆସି ହଠାତ୍ ଘରର ଲାଇନ କାଟି ଦେଇଥିଲେ । ପରେ ଆକ୍ରମଣ କରି ଲୁଟି ନେଇଥିଲେ ଟଙ୍କା ଓ ସୁନା ଗହଣା । ୨ ଗୁରୁତରଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଛି । ସେପଟେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/loot.jpg)