ମା’ଙ୍କୁ ବି ଛାଡିଲେନି ଲୁଟେରା । କେନ୍ଦ୍ରାପଡ଼ା ପଞ୍ଚୁୁବରାହୀ ମନ୍ଦିରରୁ ବଡ଼ ଧରଣର ଚୋରି । ସୁନା ଓ ରୂପା ଅଳଙ୍କାର ସହ ଦାନ ହୁଣ୍ଡି ଲୁଟିନେଲେ ।
କନକ ବ୍ୟୁରୋ: ମା’ଙ୍କୁ ବି ଛାଡ଼ିଲେନି ଲୁଟେରା । ମନ୍ଦିରରେ ପଶି ରୁପା ମୁକୁଟ, ରୁପା ହାର, ସୁନା ହାର, ସୁନା ଚିତା, ସୁନାର ମଥମଣି, ଦାନ ହୁଣ୍ଡିରେ ଥିବା ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ଯାହାର ମୂଲ୍ୟ ପାଖାପାଖି ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ରାଜନଗର ପଂଚୁବରାହୀ ମନ୍ଦିରରୁ ଗତକାଲି ରାତିରେ କେହି ଦୁର୍ବୃତ ପଶି ଠାକୁରାଣୀଙ୍କର ବହୁ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି । ଏନେଇ ମା’ ପଂଚୁବରାହୀଙ୍କ ପୂଜା ପରିଚାଳନା କମିଟିର ସଭାପତି ସଂଗ୍ରାମ କେଶରୀ ସାହାଣୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।