ବନ୍ଧୁକ ମୁନରେ ଲୁଟ୍ : କଟକ ଗୋଡ଼ିବନ୍ଧ କାନାରା ବ୍ୟାଙ୍କରେ ପଶି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

Advertisment
ବନ୍ଧୁକ ମୁନରେ ଲୁଟ୍ : କଟକ ଗୋଡ଼ିବନ୍ଧ କାନାରା ବ୍ୟାଙ୍କରେ ପଶି ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ

କନକ ବ୍ୟୁରୋ : ବନ୍ଧୁକ ମୁନରେ ଲୁଟ୍ । କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧସ୍ଥିତ କାନାରା ବ୍ୟାଙ୍କ ଶାଖା କ୍ୟାସିଅରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ପୂର୍ବାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ତିନିଜଣ ଏକ ପଲସର ଗାଡ଼ିରେ ଆସି ବ୍ୟାଙ୍କ ଭିତରେ ପଶିଥିଲେ। ଆସିଥିବା ୩ ଜଣ ବ୍ୟକ୍ତି ମୁହଁରେ ମାସ୍କବାନ୍ଧି ବ୍ୟାଙ୍କ ଭିତରକୁ ଯାଇଥିଲେ । ତୁରନ୍ତ କ୍ୟାସିଅରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କ ନିକଟରେ ଗ୍ରାହକ ଡିପୋଜିଟ ପାଇଁ ଦେଇଥିବା ଦେଢ଼ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ସମୟରେ କାନପୁର ଥାନାର ଗୃହରକ୍ଷୀ ନିର୍ମଳ ସାହୁ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟାଙ୍କକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା । ଉକ୍ତ ଯୁବକମାନେ ଟଙ୍କା ନେଇ ଚାଲିଯାଉଥିବା ବେଳେ ସେମାନଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ଦୁର୍ବୁତ୍ତମାନେ ଗୃହରକ୍ଷୀ ନିର୍ମଳଙ୍କ ହାତକୁ ଧାରୁଆ ଅସ୍ତ୍ରରେ ଆଘାତ କରି ଚମ୍ପଟ ମାରିଥିଲେ।

ଏ ସମ୍ପର୍କରେ ତୁରନ୍ତ କାନପୁର ଥାନାକୁ ସୂଚନା ଦିଆଯାଇ ଥିଲା । ଖବର ପାଇ କାନପୁର ଥାନା ଅଧିକାରୀ ସସ୍ମିତା ରଣା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ ଗତ କିଛିଦିନ ଧରି ଏହି ଥାନା ଅନ୍ତର୍ଗତ ବାଲିଝରୀ ହାଟ ନିକଟରୁ ଜନୈକ ଘରୋଇ ଅର୍ଥ ଲଗାଣ କାରୀ ସଂସ୍ଥାର କର୍ମଚାରୀଙ୍କ ନିକଟରୁ ୭୦ ହଜାର, ନରସିଂହପୁର ଥାନା ଅନ୍ତର୍ଗତ କମଳାଦେଇପୁର ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଲକ୍ଷାଧିକ ଟଙ୍କା, ଦୁଇଦିନ ତଳେ ନଖପଡା ନିକଟରୁ ବାଇକ ଚୋରି ଘଟଣାରେ ସମଗ୍ର ନରସିଂହପୁର ଅଞ୍ଚଳରେ ଡକାୟତି ଗ୍ୟାଙ୍ଗ ଛାଇ ରହିଛି । ଏହାକୁ ନେଇ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe