କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । ଇଣ୍ଡିଆ ଗେଟକୁ ରିଂ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଦିଲ୍ଲୀରେ ଚର୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ଡେଲିଭରି ଏଜେଣ୍ଟ ଜଣଙ୍କ ପଇସା ଭର୍ତି ବ୍ୟାଗ ନେଇ ଏକ କାରରେ ଗୁରଗାଓଁ ଯାଉଥିଲେ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପ୍ରଥମେ ଗୋଟିଏ ବାଇକରେ ୨ ଜଣ ବ୍ୟକ୍ତି କାର୍ ସାମ୍ନାରେ ଗାଡି ରଖି ପ୍ରଥମେ କାରକୁ ଅଟକାଉଛନ୍ତି । ଆଉ ପରେ ଆଉ ଏକ ବାଇକରେ ଆସୁଥିବା ଯୁବକ କାରରେ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗକୁ ଝାମ୍ପୁଛନ୍ତି ।
ସେହିପରି ପ୍ରଥମ ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଡେଲିଭରି ଏଜେଣ୍ଟଙ୍କୁ ଡରେଇରଖିଥିଲେ । ଯାହାଫଳରେ ଟଙ୍କା ଦେବା ପାଇଁ ବାଧ୍ୟ ହୋଇଥିଲେ ବ୍ୟକ୍ତିଜଣକ । ତେବେ ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଘଟଣାରେ ତିଲକମାର୍ଗ ପୋଲିସ୍ ଷ୍ଟେସନରେ ଏକ ମାମଲା ଦାଖଲ ହୋଇ ତଦନ୍ତ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/delhicrimeenews1687758874958.jpg)