ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି : କେହି ନଥିବା ବେଳେ କଳାକନା ବୁଲାଇଲେ ଲୁଟେରା

161

କନକ ବ୍ୟୁରୋ : ଅଲିମ୍ପିଆନ୍ ତଥା ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଚୋରି । ବିଳମ୍ବିତ ରାତିରେ କେହି ନଥିବା ବେଳେ ଘରୁ କଳାକନା ବୁଲାଇ ଲୁଟ୍ ହୋଇଥିବା ସୂଚନା । ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ବାସଭବନରୁ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ପ୍ରବୋଧଙ୍କ ଘରୁ ଟଙ୍କା, ସୁନା, ଏଲଇଡି ଟିଭି, ହକି ମେଡାଲ ଚୋରି ହୋଇଥିବା ସୂଚନା ମିଳିଛି । ପ୍ରବୋଧ ବର୍ତ୍ତମାନ ରାଞ୍ଚିରେ ଥିବାରୁ ତାଙ୍କ ଅନୁପସ୍ଥିତିରେ ଏହି ଚୋରି ହୋଇଛି । ଏତଲା ଆଧାରରେ କ୍ୟାପିଟାଲ ଥାନା ପୋଲିସ୍ ଛାନଭିନ କରୁଛି । ପୋଲିସ ମଧ୍ୟ ଲୁଟେରାଙ୍କୁ ଚିହ୍ନଟ କରିଥିବା ସୂଚନା ରହିଛି ।