ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀର ବିବାହ ମଣ୍ଡପ । ବରଯାତ୍ରୀରେ ଆସି, ଗହଳି ଦେଖି ଲୁଟି ନେଉଛନ୍ତି ଉପହାର ଓ ଟଙ୍କା । ସିସିଟିଭିରେ କଏଦ ଚୋରି ଦୃଶ୍ୟ ।

122

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ବାହାଘର ଲୁଟେରା । ଲୁଟ କରିବାର ନୂଆ ନୂଆ ତରିକା ଆପଣାଉନ୍ତି । ଏବେ ଏହି ଲୁଟେରାଙ୍କ ଟାର୍ଗେଟର ଅଛି ରାଜଧାନୀର ବଡ଼ ବଡ଼ ମଣ୍ଡପ । ଏଠାରେ ଆୟୋଜିତ ହେଉଥିବା ବାହାଘର ଭୋଜିକୁ ଯାଉଛନ୍ତି । ବରଯାତ୍ରୀରେ ଆସି ଗହଳିର ସୁଯୋଗ ଦେଖି କନିଆକୁ ମିଳିଥିବା ଉପହାର ଓ ଟଙ୍କା ଖାମ୍ ଲୁଟି ନେଇ ଫେରାର ହେଉଛନ୍ତି । ବଡ଼ଗଡ଼ ଥାନା ଅଂଚଳରେ ଏକ ମଣ୍ଡପରେ ଝିଅ ବାହାଘର ଚାଲିଥିବା ବେଳେ ପାଖାପାଖି ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ସିସିଟିଭିରେ କଏଦ ହୋଇଛି ଚୋରି ବେଳର ଦୃଶ୍ୟ । ଏନେଇ ଥାନାରେ ଏତଲା ଦିଆଯାଇଛି ।