ଏତେ ନିର୍ଦ୍ଦୟ ! ମା’ ଠାରୁ କଅଁଳା ଛୁଆକୁ ଛଡେଇ ନେଇ ପାଣିରେ ଫୋପାଡିଦେଲେ, ଘରେ କଳାକନା ବୁଲାଇଲେ ।

218

କନକ ବ୍ୟୁରୋ: ସରକାରୀ କର୍ମଚାରୀ ପରିଚୟ ଦେଇ ଘରେ କଳାକନା ବୁଲାଇଲେ ଲୁଟେରା । ହେଲେ ତା’ ପୂର୍ବରୁ ଏପରି ଜଘନ୍ୟ କାଣ୍ଡ ଘଟାଇଲେ ଯେ , ଲୁଟେରାଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଏପରି ଘଟଣା ଘଟିଛି ଆମେରିକା କ୍ୟୁବାଡୋରର ମୁନାବୀ ଇଲାକାରେ ।

ମୁନାବୀରେ ରହୁଥିବା  ଆଞ୍ଜେଲିକା ମୁରିଲୋଙ୍କ ସହ ଘଟିଛି ଏପରି ହୃୃଦୟ ବିଦାରକ ଘଟଣା ।  । ସ୍ୱାମୀ ଅଫିସ୍ ଯାଇଥିଲେ, ବଡ ଝିଅ ପଡିଶା ଘରକୁ ଖେଳିବାକୁ ଯାଇଥିଲା । ଆଞ୍ଜେଲିକା ୯ ମାସର କୁନି ଝିଅ ମାରିଆକୁ ଗାଧୋଇ ଦେଉଥିଲେ । ଏହି ସମୟରେ ଦୁଇ ଯୁବକ ଆସି କଲିଂ ବେଲ ମାରିଥିଲେ । ସରକାରଙ୍କ ପକ୍ଷରୁ କୁକୁରଙ୍କୁ ଟିକାକରଣ କରିବାକୁ ଆସିଥିବା କହିଥିଲେ । ଆଞ୍ଜେଲିକା ତାଙ୍କ ଘରେ କୁକୁର ନାହାଁନ୍ତି ବୋଲି କହିଥିଲେ ବି  ଦୁଇ ଯୁବକ ଧକ୍କା ମାରି ଘରେ ପଶିଥିଲେ ଆଉ ବନ୍ଧୁକ ଦେଖାଇ କ୍ୟାସ୍ ମାଗିଥିଲେ  ।ଏଥିରେ ବିଳମ୍ବ ହେବାରୁ ତାଙ୍କ କୋଳରୁ କୁନି ଝିଅ ମାରିଆଙ୍କୁ ଛଡାଇ ନେଇ ସିଧା ବାଥ୍ ଟବରେ ଫୋପାଡି ଟ୍ୟାପ୍ ଖୋଲିଦେଇଥିଲେ । ଏହାପରେ ଆଞ୍ଜେଲିକାଙ୍କ ଗୋଡ ହାତ ବାନ୍ଧି ଘରେ ଥିବା ସବୁ ଟଙ୍କା ବ୍ୟାଗରେ ଭର୍ତ୍ତି କରିଥିଲେ ।

ଏହି ସମୟରେ କୌଣସି ଗାଡିର ଶବ୍ଦ ଶୁଣିବାରୁ ଧରାପଡିଯିବା ଭୟରେ ସେଠାରୁ ଚମ୍ପଟ ମାରିଥିଲେ ଦୁଇ ଲୁଟେରା । ଏହା ପରେ ଚିକ୍ରାର କରିଥିଲେ ଆଞ୍ଜେଲିକା, ଯାହା ଶୁଣି ବଡ ଝିଅ ଓ ପଡୋଶୀ ଦୌଡି ଆସିଥିଲେ । ଆଞ୍ଜେଲିକାଙ୍କୁ ଫିଟାଇ କୁନିଝିଅ ପାଖକୁ ଗଲାବେଳକୁ ପାଣିରେ ଭାସୁଥିଲା କୁନିଝିଅ । ପାଣିରେ ବୁଡି କଅଁଳ ମାରିଆର ପ୍ରାଣ ବାୟୁ ଉଡିଯାଇଥିଲା ।

ଏହି ଦୃଶ୍ୟ ସମସ୍ତଙ୍କୁ ଯେମିତି ହତବାକ କରିଦେଇଥିଲା । ଏହି ଘଟଣାରେ ପୋଲିସ ମାମଲା ଦାଏର କରି ଲୁଟେରାଙ୍କୁ ଖୋଜୁଥିଲେ ବି ଏଯାଏଁ ସେମାନଙ୍କର ପତ୍ତା ମିଳିନାହିଁ ।