କନକ ବ୍ୟୁରୋ : ମନ୍ଦିରକୁ ମଧ୍ୟ ଛାଡିଲେ ଦୁର୍ବୃତ । ବିଳମ୍ବିତ ରାତିରେ ମଠ ଓ ମନ୍ଦିରରୁ ତାଲା ଭାଙ୍ଗି ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ନାବରା ଗାଁରେ ଥିବା ନିତାୟ ଗୌର ମନ୍ଦିର ଓ ଜାମସୁଳି ଗାଁରେ ଥିବା ମଠରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି ।
ସକାଳେ ମନ୍ଦିର ପୂଜକ ମନ୍ଦିର ଆସି ତାଲା ଭାଙ୍ଗି ଲୁଟ ହୋଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଗ୍ରାମବାସୀ ପହଞ୍ଚି ପୋଲିସକୁ ଖବର ଦେବା ପରେ ସାଇଂଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।