କନକ ବ୍ୟୁରୋ: ଠକେଇର ନୂଆ ତରିକା ।ଅଳଙ୍କାର ସଫା କରିବା ବାହାନାରେ ଲୁଟିନେଲେ ସୁନା ଅଳଙ୍କାର । ଦୁର୍ବୁମାନେ ସୁଟ୍ ବୁଟ୍ ପିନ୍ଧି ଆସି ଏଭଳି ଅଭିନବ ଉପାୟର ଠକେଇ କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା କୁଶିଆପାଳ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦୃବୁର୍ତମାନେ ପ୍ରଥମେ ନିରଞ୍ଜନ ଦାସଙ୍କ ଘରକୁ ଆସି ଏକ ପ୍ରତିଷ୍ଠିତ କମ୍ପାନୀରୁ ଆସିଥିବା କହିଥିଲେ । ପରେ ତାଙ୍କ ଘରେ ଥିବା ପିତଳ ସାମଗ୍ରୀ, ରୂପା ଓ ସୁନା ଅଳଙ୍କାର ଅଧ ଘଂଟାରେ ସଫା କରି ଚିକଚିକ୍ କରିଦେବାକୁ କହିଥିଲେ । ବିଶ୍ୱାସ ପାଇଁ ପ୍ରଥମେ ପିତଳ ଦୀପ ପରେ ରୂପା ପାଉଁଜି ସଫା କରିଥିଲେ । ପରେ ସୁନା ଚେନ ସଫା କରିବାକୁ ଦେଇଥିଲେ ନିରଞ୍ଜନଙ୍କ ପରିବାର ଲୋକ ।

ଲୁଟେରାମାନେ ଏକ ପ୍ୟାକେଟରେ କିଛି ପାଉଁଶ ଗୋଳାଇ ସୁନା ଚେନକୁ ଫ୍ରିଜ୍ରେ ରଖିବାକୁ ଦେଇଥିଲେ । ଅଧ ଘଂଟା ପରେ ସୁନା ଚେନ କାଢିବାକୁ କହି ଚାଲିଯାଇଥିଲେ । କିଛି ସମୟ ପରେ ପ୍ୟାକେଟ୍ ଖୋଲିବାକୁ ଚେନ ବଳଦରେ ଗୋଡି ଓ ପାଉଁଶ ବାହାରିଥିଲା । ପରେ ଏନେଇ କେନ୍ଦ୍ରାପଡା ସଦର ଥାନାରେ ଏତଲା ଦେଇଛନ୍ତି ନିରଞ୍ଜନ । ତେବେ ଲୁଟର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।