ସକାଳୁ ସକାଳୁ ହାଲୁକା ଥଣ୍ଡା ସାଙ୍ଗକୁ ଘନ କୁହୁଡି । ଟ୍ୱିନ୍ ସିଟିରେ ୨୦ ମିଟର ଯାଏଁ ଦିଶୁନି ରାସ୍ତାଘାଟ । ୨୪ ଜିଲ୍ଲାକୁ ସତର୍କ ସୂଚନା ।

89

କନକ ବ୍ୟୁରୋ: ସକାଳୁ ସକାଳୁ ହାଲୁକା ଥଣ୍ଡା ସାଙ୍ଗକୁ ଘନ କୁହୁଡି । ଆଜି ସକାଳୁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାର ଦୁଇକଡେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ସକାଳ ଫର୍ଚ୍ଚା ହେବା ପରେ ଗାଡି ଯାତାୟତ ଆରମ୍ଭ ହୋଇଛି । ସେପଟେ ପାଣିପାଗ ବିଭାଗର ସୂଚନା ଆସନ୍ତା ୨୦ ତାରିଖ ଯାଏଁ କୁହୁଡି କଲବଲ କରିବ । ଆହୁରି ଦୁଇ ଦିନ ଯାଏଁ ୨୩ଟି ଜିଲ୍ଲାରେ ଘନ କୁହୁଡି କଲବଲ କରିବ । ତାହାକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ୨୪ ଜିଲ୍ଲାକୁ ସତର୍କ କରିଛନ୍ତି । ଯାନବାହନ ଚଳାଚଳ ଉପରେ ଜିଲ୍ଲାପାଳ ଓ ଏସପି ତୀକ୍ଷଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।