ଆମେ ସମସ୍ତେ ଜାଣୁ ଯେ ସିମେଣ୍ଟରେ ଘର ତିଆରି କରାଯାଇଥାଏ, ହେଲେ ମହାରାଷ୍ଟ୍ର ସରକାର ଏବେ ସିମେଣ୍ଟ ବଦଳରେ ପ୍ଲାଷ୍ଟିକ ଆବର୍ଜନାରୁ ସଡ଼କ ନିର୍ମାଣ କରିବାକୁ ଯୋଜନା କରିଛନ୍ତି । ଏ କଥା ରାଜ୍ୟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାମଦାସ କଦମ ଗତକାଲି ବିଧାନସଭାରେ ସୂଚନା ଦେଇଥିଲେ।
ବିଧାନସଭାରେ ଗତକାଲି ବିଜେପିର ବରିଷ୍ଠ ବିଧାୟକ ମଙ୍ଗଳ ପ୍ରଭାତ ଲୋଧା ପ୍ଲାଷ୍ଟିକ ବନ୍ଦ ନିୟମ ଉଲଂଘନ ନେଇ ପ୍ରଶ୍ନ କରିଥିଲେ । ସେ ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ କି ମହାରାଷ୍ଟ୍ରରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ ଅଛି କିନ୍ତୁ ସରକାର ପ୍ଲାଷ୍ଟିକ ଆବର୍ଜନାର ଡିସ୍ପୋଜାଲ ଉପରେ କ’ଣ କରୁଛନ୍ତି? ଲୋଧା ଗୃହରେ କହିଥିଲେ ଯେ ରାଜ୍ୟରେ ପ୍ଲାଷ୍ଟିକ ଉପରେ କଟକଣା ଲାଗିବା ଫଳରେ ପାଖାପାଖି ୧୦,୦୦୦ ଲୋକ ବେକାର ହୋଇଛନ୍ତି ଏବଂ ୨୦୦ରୁ ଅଧିକ କାରଖାନା ବନ୍ଦ ହୋଇଯାଇଛି । ଏହି ବେକାର ଲୋକଙ୍କ ପାଇଁ ସରକାର କ’ଣ କରୁଛନ୍ତି । ସେ ଗୃହରେ ପଚାରିଥିଲେ, ଯେଉଁଭଳି କେତେକ ରାଜ୍ୟରେ ପ୍ଲାଷ୍ଟିକରୁ ଡିଜେଲ ଉତ୍ପାଦନ କରିବାକୁ ଯୋଜନା ହୋଇଛି, ଠିକ୍ ସେହିଭଳି ମହାରାଷ୍ଟ୍ର ସରକାର କିଛି କରିବାକୁ ଚିନ୍ତା କରୁଛନ୍ତି କି ?
ଏହାର ଉତ୍ତରରେ ମହାରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରାମଦାସ କଦମ କହିଥିଲେ ଯେ ପ୍ଲାଷ୍ଟିକ ଉପରେ କଟକଣା ପରେ ଗୁଜୁରାଟରୁ ପ୍ଲାଷ୍ଟିକ ମହାରାଷ୍ଟ୍ରକୁ ଆସୁଛି । ସଡ଼କ ଓ ଗୃହ ନିର୍ମାଣ କାମରେ ସିମେଣ୍ଟ ସ୍ଥାନରେ ପ୍ଲାଷ୍ଟିକକୁ ବ୍ୟବହାର କରାଯିବ ବୋଲି ସେ କହିଥିଲେ । ଇତିମଧ୍ୟରେ ପରୀକ୍ଷାମୂଳକ ଭାବେ ଏହି କାମ ସଫଳ ହୋଇଛି ବୋଲି ରାମଦାସ କଦମ ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/Capture-3.jpg)