କାର ଠାରୁ ବି ମହଙ୍ଗା ଏହି ସୁପରକ୍ରୁଜ ବାଇକ ! ଭାରତ ଭାଗରେ ମାତ୍ର ଗୋଟିଏ ୟୁନିଟ, ଜାଣନ୍ତୁ ଏହି ବାଇକର ଫିଚର୍ସ

35

ଭାରତୀୟ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରେସିଂ ବାଇକ ବା ସ୍ପୋଟ୍ସ ବାଇକ ଲଞ୍ଚ କରାଯାଉଛି । ଭାରତରେ ମଧ୍ୟ ଏହାର ଡିମାଣ୍ଡ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ଲଗଜ୍ୟୁରୀ କାର ପାଇଁ ଭାରତର ଯୁବଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।ଖାସ ଏଥିପାଇଁ ଅନେକ ଇଣ୍ଟରନ୍ୟାସନାଲ ମୋଟରସାଇକେଲ କମ୍ପାନି ଭାରତରେ ବ୍ୟବସାୟ ଆରମ୍ଭ କଲେଣି । ଏପରିକି ଇଣ୍ଡିଆନ ମୋଟରସାଇକେଲ କମ୍ପାନିର ବହୁ ପ୍ରତୀକ୍ଷିତ ବାଇକ ରୋଡମାଷ୍ଟର ଏଲିଟ ଖୁବଶୀଘ୍ର ଭାରତରେ ଲଞ୍ଚ କରିବାକୁ ଯାଉଛି । ତେବେ ଏହି ବାଇକର ଫିଚର ଓ ଦାମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଭାରତ ଭାଗରେ ମାତ୍ର ଗୋଟିଏ ବାଇକ । ମିଡ଼ିଆ ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ ମୋଟରସାଇକେଲ କମ୍ପାନି ମେ ୨ରେ ସୁପରକ୍ରୁଜ ବାଇକ ରୋଡମାଷ୍ଟର ଏଲିଟ ଲଞ୍ଚ କରିବାକୁ ଯାଉଛି । ତିନି ମାସ ପୂର୍ବରୁ ଟେଷ୍ଟିଙ୍ଗ କରାଯାଇଥିବା ଏହି ଲଗଜ୍ୟୁରୀ ବାଇକ ଖୁବଶୀଘ୍ର ଭାରତର ରାସ୍ତାରେ ଦେଖିବାକୁ ମିଳିବ । ମୋଟ ୩୦୦ଟି ସୁପରକ୍ରୁଜ ବାଇକ ନିର୍ମାଣ କରାଯାଇଥିବା ବେଳେ ଭାରତ ପାଇଁ ମାତ୍ର ଗୋଟିଏ ସୁପରକ୍ରୁଜ ବାଇକ ନିର୍ମାଣ କରାଯାଇଛି । ଏହି ଲଗଜ୍ୟୁରୀ ବାଇକରେ ଅନେକ ନୂଆ ଜିନଷ ଦେଖିବାକୁ ମିଳିବ । ଖାସକରି ବାଇକରେ ୨୩ କ୍ୟାରେଟ ସୁନାର ଲାଗିଛି ।

ଏହି ଲଗଜ୍ୟୁରୀ ବାଇକରେ କାର ଭଳି ସୁବିଧା ରହିଛି । ଏଥିରେ ମନୋରଞ୍ଜନ ପାଇଁ ୩୦୦ ୱାଟର ସାଉଣ୍ଡ ସିଷ୍ଟମ ଲଗାଯାଇଛି । ଗାଡି ଚାଳକ ଯେଭଳି ଆରାମରେ ବସି ପାରିବେ ସେହି ଅନୁସାରେ ଗାଡ଼ିର ସିଟ ନିର୍ମାଣ କରାଯାଇଛି । ଏହାଛଡ଼ା ଆର୍ମ ରେଷ୍ଟ, ସଫ୍ଟ ସିଟ୍ ଓ ଅନ୍ୟ ଅତ୍ୟାଧୁନିକ ଫିଚର୍ସ ରହିଛି । ବାଇକ ଚାଳକଙ୍କ ସୁରକ୍ଷା ପାଇଁ ଏଥିରେ ଆଣ୍ଟି ଲକ୍ ବ୍ରେକିଙ୍ଗ ସିଷ୍ଟମର ସୁବିଧା କରାଯାଇଛି । ଏହାଛଡ଼ା ଏହି ବାଇକରେ ୧୮୧୧ ସିସିର ଥଣ୍ଡର ଷ୍ଟ୍ରୋକ, ଭି-ଟ୍ୱିନ ଇଞ୍ଜିନ ଲାଗିଛି । ଗାଡ଼ିର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ରହିଛି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି ।