କନକ ବ୍ୟୁରୋ : ଅଧାରେ ପଡ଼ିଛି ରାସ୍ତା କାମ । ସୁନ୍ଦରଗଡ଼ ବାଙ୍କିବାହାଲରୁ ଭେଡାବାହାଲ କୋଲ କରିଡର ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ୩୦ରୁ ଅଧିକ ଗ୍ରାମବାସୀ ଓ ଜନପ୍ରତିନିଧି । ରାସ୍ତା ଅବରୋଧ ପାଇଁ ଏମସିଏର କୋଇଲା ଖଣିରୁ କୋଇଲା ପରିବହନ ସମ୍ପୂର୍ଣ୍ଣ ଭାବରେ ଠପ ହୋଇଛି । ରାସ୍ତାରେ ଅଟକି ରହିଛି ମାଲବାହୀ ଗାଡ଼ି ।