ଗଛରେ ପିଟି ହେଲା ବସ । ୧୦ ରୁ ଅଧିକ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତି

380

କନକ ବ୍ୟୁରୋ : ଭଞ୍ଜନଗର ଘୁମୁସର ନୂଆଗାଁରେ ଦୁର୍ଘଟଣା । ବ୍ରିଜ଼ ନିକଟରେ ଭାର ସାମ୍ୟ ହରାଇ ଗଛରେ ପିଟି ହେଲେ ମିନି ବସ । ଭଞ୍ଜନଗରରୁ ବୁଗୁଡ଼ା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

ବସରେ ୫୦ ରୁ ଅଧିକ ଯାତ୍ରୀ ଥିଲେ । କିଛି ମହିଳା ଓ କଲେଜ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି । ୧୦ ରୁ ଉର୍ଦ୍ଦ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ସମସ୍ତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।