ଗାଡି ଆଲୁଅରେ ଚାଲିଛି ରାସ୍ତା କାମ । ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ

208

କନକ ବ୍ୟୁରୋ : ଅନ୍ଧାରରେ ଚାଲିଛି ବିକାଶ କାର୍ଯ୍ୟ, ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଗାଡି ଆଲୁଅରେ ଚାଲିଛି ରାସ୍ତା ଢଳେଇ କାମ । ଠିକଦାର ମନଇଛା ରାତି ଅଧିଆ କାମ କରି ରାଜସ୍ୱ ଲୁଟୁଥିବା ବେଳେ ପ୍ରଶାସନର ନୀରବତା ନେଇ ଉଠିଲା ପ୍ରଶ୍ନ ।

ପୁରୀ ସାକ୍ଷୀଗୋପଳରୁ ଅଳଗୁମ ମୁଖ୍ୟରାସ୍ତା ନରେନ୍ଦ୍ରପୁର ଠାରେ ରାତିଅଧିଆ ଗାର୍ଡୱାଲ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି । ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଠିକାଦାର କାହିଁକି ତରବରିଆ ଭାବେ ନିର୍ମାଣ କାର୍ଯ୍ୟ କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।