ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି ଗାଡି ; ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

Advertisment
ଫିଟନେସ୍ ନଥିଲେ ରାସ୍ତାରେ ଗଡିପାରିବନି  ଗାଡି ; ନିୟମ ଉଲ୍ଲଙ୍ଘନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ବିନା ଫିଟନେସ ଓ ପଞ୍ଜିକରଣରେ ଚାଲୁଥିବା ଗାଡି ଏଣିକି ରାସ୍ତାରେ ଗଡି ପାରିବ ନାହିଁ । ଗାଡିର ଫିଟନେସକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି ଆରଟିଓ । ଗାଡିର ଫିଟନେସ ଓ ପଞ୍ଜିକରଣ ଅବଧି ସରିଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଗାଡ଼ିର ଫିଟନେସ ନଥାଇ ଆପଣ ଗାଡ଼ି ଚଢୁଥିଲେ ଜରିମାନା ସହ ବେଆଇନ ଭାବେ ଗାଡ଼ି ଚାଲୁଥିବା ଅଭିଯୋଗରେ ଗାଡିକୁ ଅଟକ ରଖାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାଛଡ଼ା ଫିଟନେସ ଓ ପଞ୍ଜିକରଣ ବୈଧତା ସରିଥିବା ଗାଡିର ତାଲିକା ମଧ୍ୟ ପ୍ରସ୍ତୁତ କରାଯିବ ।

ଫିଟନେସ ନଥିବା ଗାଡିକୁ ଧରିବା ପାଇଁ ସାରା ରାଜ୍ୟରେ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଶିକ୍ଷାନୁଷ୍ଠାନ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହେବ । ଏ ନେଇ ରାଜ୍ୟ ପରିବହନ କମିଶନର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଫିଟନେସ ଓ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯାଂଚ ପ୍ରକ୍ରିୟାକୁ ବ୍ୟାପକ କରିବାକୁ ସମସ୍ତ ଉପ ପରିବହନ କମିଶନର ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ, ସମସ୍ତ ଗାଡିର ଫିଟନେସ ଓ ପଞ୍ଜିକରଣ ବୈଧତା ସମ୍ପର୍କରେ ନିୟମିତ ଭାବେ ସଂପୃକ୍ତ ଅଞ୍ଚଳର ମୋଟର ଯାନ ନିରୀକ୍ଷକ ତଥ୍ୟ ସଂଗ୍ରହ କରିବେ । ଯଦି ବୈଧ ଫିଟନେସ ଓ ପଂଜୀକରଣ ସାର୍ଟିଫିକେଟ ନଥିବା ଯୋଗୁଁ ଧରାପଡନ୍ତି ତେବେ ସଂପୃକ୍ତ ଗାଡିକୁ ଜବତ କରାଯିବ ଓ ଇ-ଚାଲାଣ କରାଯିବ । ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଜରିମାନ ଓ ଗାଡି ଜବତ ଛଡା ସଂପୃକ୍ତ ଗାଡି ମାଲିକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe