କନକ ବ୍ୟୁରୋ: ହଠାତ ଦବିଗଲା ରାସ୍ତା । ପାଣି ପାଇପ ଫାଟି ଦବିଲା ରାସ୍ତା। କଟକ ନୂଆପଡ଼ା ଅଞ୍ଚଳରୁ ଆସିଲା ଏପରି ଦୃଶ୍ୟ । ରାସ୍ତା ତଳେ ପାଣି ପାଇପ ଫାଟି ସୃଷ୍ଟି ହୋଇଛି ବିରାଟ ଗାତ। ଫଳରେ ଯାତାୟାତ ପ୍ରଭାବିତ ହୋଇଛି। ନୂଆପଡ଼ାରୁ ଖାନନଗର ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଏହି ରାସ୍ତା ଟି ନୂଆପଡ଼ାରୁ ଲିଙ୍କ ରୋଡକୁ ସଂଯୋଗ କରୁଛି। ବର୍ତମାନ ଏହି ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବର୍ତ୍ତମାନ ଦୁଇପଟେ ରାସ୍ତା ବ୍ଲକ ହୋଇ ମରାମତି ଆରମ୍ଭ ହୋଇଛି। ଘଟଣା ସ୍ଥଳରେ କଟକ ମେୟର ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।
କଟକ ନୂଆପଡ଼ା ଛକରେ ଦବିଗଲା ରାସ୍ତା ; ପାଣି ପାଇପ ଫାଟି ମଝି ରାସ୍ତାରେ ବିରାଟ ଗାତ
/kanak/media/post_attachments/wp-content/uploads/2024/08/14-3.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)