ଇଲେକ୍ଟ୍ରିକ୍ ଗାଡିରେ ହେବ ରୋଡ ସୋ’ । ପ୍ରଦୂଷଣ ରୋକିବାକୁ ଶକ୍ତି ବିଭାଗର ପଦକ୍ଷେପ ।

188

କନକ ବ୍ୟୁରୋ: ରାଜ୍ୟରେ ପ୍ରଦୂଷଣ ହ୍ରାସ ପାଇଁ ଶକ୍ତି ବିଭାଗର ପଦକ୍ଷେପ । ଗୋ ଇଲେକ୍ଟ୍ରିକ୍, ଗୋ ଗ୍ରୀନ୍ ନାରା ଦେଇ ରାଜଧାନୀରେ ଗଡିଲା ଇଲେକ୍ଟ୍ରିକ୍ ଗାଡ଼ି । ବିଦ୍ୟୁତ ଚାଳିତ ଗାଡ଼ିକୁ ପ୍ରୋତ୍ସାହିତ କରିବା ସହ ଲୋକଙ୍କୁ ସଚେତନ କରିବା ହେଉଛି ଏହି ରୋଡ୍ ସୋର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟର ପ୍ରମୁଖ ସହର ମାନଙ୍କରେ ତାପମାତ୍ରା ଓ ପ୍ରଦୂଷଣ ବଢୁଥିବା ବେଳେ ଏଥିରେ ବ୍ରେକ୍ ଲଗାଇବାକୁ ବିଦ୍ୟୁତ ଚାଳିତ ଗାଡ଼ି ଉପରେ ସବସିଡି ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ଲୋକେ କିଭଳି ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ମନ ବଳାଇବେ ସେଥିପାଇଁ ଇଲେକ୍ଟ୍ରିକ୍ ଗାଡ଼ିର ରୋଡ୍ ସୋ ମାଧ୍ୟମରେ ସଚେତନ କରିଛି ଶକ୍ତି ବିଭାଗ ।