କନକ ବ୍ୟୁରୋ : ଭୁବନେଶ୍ୱରରେ ମେଗା ରୋଡ ସୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମାଉସୀ ମା’ ମନ୍ଦିରରୁ ବାହାରି ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ ସୋ’ କରିବେ ନଡ୍ଡା । ଏହି ରୋଡ ସୋ’ରେ ନଡ୍ଡାଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ସାମିଲ ହୋଇଛନ୍ତି ।
ସୂଚନା ଅନୁସାରେ ବାରିକସାହିରୁ ବାହାରି ନଡ୍ଡାଙ୍କ ରୋଡ ସୋ ଲିଙ୍ଗରାଜ ମନ୍ଦିର ଯାଏଁ ଯିବ । ଶୋଭାଯାତ୍ରା ପରେ ଜେପି ନଡ୍ଡା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ଏହାପରେ ଅପରାହ୍ନରେ ପଦ୍ମପୁରରେ ଜେପି ନଡ୍ଡା ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି । ଅପରାହ୍ଣ ସାଢେ ୩ଟାରେ ନଡ୍ଡା ସୁନ୍ଦରଗଡରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/11-12.jpg)