ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ । ଚାମ୍ପିୟନ ହେଲା ଇଣ୍ଡିଆ ଲିଜେଣ୍ଡ । 

219

କନକ ବ୍ୟୁରୋ: ଆଜି ରୋଡସେଫ୍ଟି ୱାର୍ଲ୍ଡ ସିରିଜ ଫାଇନାଲ ମ୍ୟାଚରେ ବିଜୟୀ ହୋଇଛି ଇଣ୍ଡିଆ ଲିଜେଣ୍ଡ । ଏହି ବିଜୟ ସହ ସିରିଜରେ ଚାମ୍ପିୟନ ହୋଇଛି ଦଳ । ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡକୁ ୧୪ ରନରେ ପରାସ୍ତ କରିଛି ଇଣ୍ଡିଆ ଲିଜେଣ୍ଡ ।

ଏହି ମ୍ୟାଚରେ ଶ୍ରୀଲଙ୍କା ଲିଜେଣ୍ଡ ପ୍ରଥମ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆସିଥିଲା ଇଣ୍ଡିଆ ଲିଜେଣ୍ଡ । ବିରେନ୍ଦ୍ର ସେହୱାଗ ଅସଫଳ ହୋଇଥିବା ବେଳେ ଯୁବରାଜ ସିଂ ଓ ୟୁସୁଫ ପଠାନ ଦମଦାର ବ୍ୟାଟିଂ କରିଥିଲେ । ଏହି ମ୍ୟାଚରେ ୟୁସୁଫ ୬୨, ଯୁବରାଜ ୬୦ ଓ ସଚିନ ୩୦ ରନ କରିଥିଲେ । ଫଳରେ ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୧୮୧ ରନ କରିଥିଲା ।

୧୮୨ ରନର ଟାର୍ଗେଟ ନେଇ ମୈଦାନକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଲିଜେଣ୍ଡ । ହେଲେ ଦଳ ସଫଳ ହୋଇ ପାରିନଥିଲା । ଦଳ ପକ୍ଷରୁ ସନତ ଜୟସୂରିୟା ୪୩, ଚିନ୍ତାଥାକା ଜୟଶିଙ୍ଗେ ୪୦ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୬୭ ରନ କରିଥିଲା । ଏହାସହ ଭାରତ ଏହି ମ୍ୟାଚକୁ ୧୪ ରନରେ ଜିତି ନେଇଥିଲା ।