କନକ ବ୍ୟୁରୋ: ମହଙ୍ଗା ପଡିଲା କମେଂଟ ମାରିବା । କଲେଜ ଛାତ୍ରୀଙ୍କୁ କମେଂଟ ମାରି ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚାଲିଲେ ୨ ଯୁବକ । ଭଦ୍ରକ ତିହିଡି ସୟା ବାଲିଚତୁରୀ ଗାଁରୁ ଏଭଳି ଚିତ୍ର ଆସିଛି । କଲେଜ ଛାତ୍ରୀଙ୍କୁ କମେଟ ମାରିବା ଅଭିଯୋଗରେ ଗାଁ ଲୋକ ୨ ଯୁବକଙ୍କୁ ଧରି ନିସ୍ତୁକ ପିଟିଥିଲେ ।
ଏହା ପରେ ଗାଁ ଦାଣ୍ଡରେ ଆଣ୍ଠଇ ଆଣ୍ଠେଇ ନେଇଥିଲେ । କଲେଜରୁ ଛାତ୍ରୀମାନେ ଫେରୁଥିବା ସମୟରେ ୨ ଯୁବକ ତାଙ୍କୁ କମେଂଟ ମାରିବା ସହ ମୋବାଇଲ ନମ୍ବର ମାଗିଥିଲେ । ଏହି ସମୟରେ ଗାଁ ଲୋକଙ୍କ ହାବୁଡାରେ ୨ ଯୁବକ ପଡିଯିବା ପରେ ନିର୍ଧୁମ ଛେଚିଥିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ତିହିଡି ପୁଲିସ ପହଚିଂ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।
Follow Us
/kanak/media/post_attachments/wp-content/uploads/2019/11/Screen-Shot-2019-11-05-at-1.27.44-PM-300x227.png)