କଲେଜ ଛାତ୍ରୀଙ୍କୁ କମେଂଟ ମାରିବା ପଡିଲା ମହଙ୍ଗା: ଗାଁ ଦାଣ୍ଡରେ ୨ ଯୁବକଙ୍କୁ ମାଡ ମାରିବା ପରେ ଆଣ୍ଠେଇ ଆଣ୍ଠେଇ ନେଲେ ଗ୍ରାମବାସୀ

ଭଦ୍ରକ ବାଲିଚତୁରୀ ଗାଁର ଘଟଣା

1,151

କନକ ବ୍ୟୁରୋ: ମହଙ୍ଗା ପଡିଲା କମେଂଟ ମାରିବା । କଲେଜ ଛାତ୍ରୀଙ୍କୁ କମେଂଟ ମାରି ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚାଲିଲେ ୨ ଯୁବକ । ଭଦ୍ରକ ତିହିଡି ସୟା ବାଲିଚତୁରୀ ଗାଁରୁ ଏଭଳି ଚିତ୍ର ଆସିଛି । କଲେଜ ଛାତ୍ରୀଙ୍କୁ କମେଟ ମାରିବା ଅଭିଯୋଗରେ ଗାଁ ଲୋକ ୨ ଯୁବକଙ୍କୁ ଧରି ନିସ୍ତୁକ ପିଟିଥିଲେ ।

ଏହା ପରେ ଗାଁ ଦାଣ୍ଡରେ ଆଣ୍ଠଇ ଆଣ୍ଠେଇ ନେଇଥିଲେ । କଲେଜରୁ ଛାତ୍ରୀମାନେ ଫେରୁଥିବା ସମୟରେ ୨ ଯୁବକ ତାଙ୍କୁ କମେଂଟ ମାରିବା ସହ ମୋବାଇଲ ନମ୍ବର ମାଗିଥିଲେ । ଏହି ସମୟରେ ଗାଁ ଲୋକଙ୍କ ହାବୁଡାରେ ୨ ଯୁବକ ପଡିଯିବା ପରେ ନିର୍ଧୁମ ଛେଚିଥିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ତିହିଡି ପୁଲିସ ପହଚିଂ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Comments are closed.